ରାଜଧାନୀ ରେ ଚାଞ୍ଚଲ୍ଯ, ମହିଳା ଡ୍ରେସ ପିନ୍ଧି ଘରେ ପଶି ଆକ୍ରମଣ କଲା ଯୁବକ l

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : -  ଭୁବନେଶ୍ୱର ଶୈଳଶ୍ରୀ ବିହାର ରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । ତେବେ ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛି । ଛୁରାମାଡ଼ କରିବାର କାରଣ ଜଣାପଡ଼ିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ପୁଲିସ୍‌ର ପ୍ରାଥମିକ ସୂଚନା ଅନୁସାରେ ଶୈଳଶ୍ରୀ ବିହାର ଅଞ୍ଚଳରେ ରୂପେଶ ନାମକ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ପଡ଼ୋଶୀ ଘରେ ପଶିଥିଲା । ତେବେ ମା’ ଝିଅକୁ ଆକ୍ରମଣ କରିବା ସୟମରେ ନିଜେ ସେ ଆହତ ହୋଇଥିଲେ । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଛି।
ଆକ୍ରମଣ କରିବାକୁ ଯାଇ ଯୁବକ ଜଣେ ସେ କିପରି ନିଜେ ଗୁରୁତର ଆହତ ହେଲେ ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ରୂପେଶଙ୍କ ସ୍ତ୍ରୀ ଭିନ୍ନ ଅଭିଯୋଗ ଆଣିଛନ୍ତି । ଏକାଧିକ ଯୁବକ ଆସି ସ୍ୱାମୀଙ୍କୁ ଛୁରା ମାଡ଼ କରି ଗାଡ଼ି ଛଡ଼ାଇ ନେଇଥିବା କହିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !