Posts

Showing posts from December 29, 2022

ପୋଷଣ ବଗିଚା ଦ୍ଵାର ସୁସ୍ଥ ଖାଦ୍ୟାଭାସ କୁ ପ୍ରୋତ୍ସାହିତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ l

Image
(୮୪ ଗ୍ରାମରେ ୩୬୧୮ ଜଣ ହିତାଧିକାରୀ ଉପକୃତ)  ଯାଜପୁର (କଳିଙ୍ଗନଗର ) :- ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଅନ୍ତର୍ଗତ ଟାଟାଷ୍ଟିଲ ଫାଉଣ୍ଡେସନ ବା ଟିଏସଏଫ କଳିଙ୍ଗନଗର ପକ୍ଷରୁ ଓଡିଶାର ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ ର ସ୍ଥାନୀୟ ଲୋକ ମାନଙ୍କୁ ନିଜ ବଗିଚାରେ ପୃଷ୍ଟିକର ପନିପରିବା ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି I ଗତବର୍ଷ ୨୪ ଟି ପଞ୍ଚାୟତ ର ୮୪ଟି ଗ୍ରାମ ରେ ୩୬୧୮ ଜଣ ହିତାଧିକାରୀଙ୍କୁ ପୋଷଣ ବଗିଚା ପାଇଁ ସହାୟତା ଦ୍ବାରା କମ୍ପାନୀ ଯାଜପୁର ଜିଲ୍ଲାରେ ଏହାର କାର୍ଯ୍ଯକ୍ଷେତ୍ର ପାର୍ଶ୍ବବର୍ତି ଅଞ୍ଚଳ ର ହଜାରହଜାର ଲୋକଙ୍କ ନିକଟରେ ପହଞ୍ଚି ପାରିଛି I ଏହି ପଦକ୍ଷେପ ଅନ୍ତର୍ଗତ ଟିଏସଏଫ ପକ୍ଷରୁ ମାଗଣାରେ ବିହନ ଚାରା ଜୈବିକ ସାର ଯୋଗାଇ ଦିଆଯିବା ସହିତ ପୋଷଣ ବଗିଚାକୁ ବିକଶିତ କରିବା ଓ ଏହାର ନିରିକ୍ଷଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି l ଟିଏସଏଫ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନିପରିବାରେ ଭରପୁର ପୋଷଣ ବଗିଚା ପାଇଁ ପ୍ରୋତ୍ସାହିତ କରାଯାଉଛି I ନିଜ ବାରିପଟେ ପନିପରିବାର ଚାଷ କରିବା ସହିତ ଘରର ବୈର୍ଜ ଜଳର ବ୍ୟବହାର କରିବା ବା କୌଣସି ରାସାୟନିକ ସାରର ପ୍ରୟୋଗ ହେଉନଥିବାରୁ ଏହା ସ୍ଥାନୀୟ ଲୋକ ମାନଙ୍କୁ ଆବଶ୍ୟକ ପରିମାଣର ପୋଷଣ ତତ୍ଵ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାର

କଳିଙ୍ଗନଗର ଶିଳ୍ପାଞ୍ଚଳର ପାରିପାର୍ଶ୍ବିକ ବିକାଶ ଉପରେ ଆଲୋଚନା କଲେ ମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳର ପାରିପାର୍ଶ୍ୱିକ ବିକାଶ ଲାଗି କାରଖାନା ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସୁକିନ୍ଦା ବିଧାୟକ ତଥା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ଶିଳ୍ପାଞ୍ଚଳରେ ମାତ୍ରାଧିକ ଭାବେ ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଚିନ୍ତାର ବିଷୟ ହୋଇ ପଡିଛି l ଏହି ଅଞ୍ଚଳରେ ମାତ୍ରାଧିକ ଭାବେ ପରିବହନ ନିୟୋଜିତ ଗାଡ଼ି ବହୁ ପରିମାଣରେ ଦୁଇଚକିଆ, ଚାରିଚକିଆ ଯାନ ଯାତାୟତ ସମୟରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି ଏବଂ ତାହାସହିତ କଳିଙ୍ଗନଗର ରେ ମାତ୍ରାଧିକ ପ୍ରଦୂଷଣ ବଢି ବଢି ଚାଲିଛି l ବସବାସ କରୁଥିବା ଅଧିବାସୀ ମାନେ ଦିନ କୁ ଦିନ ବିଭିନ୍ନ ମାରାତ୍ମକ ରୋଗ ରେ ପୀଡିତ ହେଉଛନ୍ତି l ବାୟୁ ପ୍ରଦୂଷଣ ସାଙ୍ଗକୁ ଜଳ ପ୍ରଦୂଷିତ ହୋଇ ଜୀବନ ଯାପନ କରିବା କଷ୍ଟକର ହୋଇପଡୁଛି l ବହୁ ପରିମାଣରେ ବେକାରୀ ସମସ୍ୟା ଯୋଗୁ ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରୁଛି l ତେଣୁ ଏହି ଅଞ୍ଚଳରେ ମଧ୍ୟ ଅଧିବାସୀ ମାନେ ଚିକିତ୍ସା କରିବା ଅକ୍ଷମତା ପାଇଁ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି l ମାଳମାଳ କାରଖାନା ଥିଲେ ମଧ୍ୟ ବେକାରୀ ସମସ୍ୟା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା ଏବଂ ଗମନାଗମନ ବ୍ୟବସ୍ଥା ଏପରି ବହୁ ଗୁତୁତ୍ତ୍ଵ ପୂର୍ଣ୍ଣ ସମସ୍ୟା କୁ ଉପଲବ୍ଧ କରି