ପୋଷଣ ବଗିଚା ଦ୍ଵାର ସୁସ୍ଥ ଖାଦ୍ୟାଭାସ କୁ ପ୍ରୋତ୍ସାହିତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ l

(୮୪ ଗ୍ରାମରେ ୩୬୧୮ ଜଣ ହିତାଧିକାରୀ ଉପକୃତ) 

ଯାଜପୁର (କଳିଙ୍ଗନଗର ) :- ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଅନ୍ତର୍ଗତ ଟାଟାଷ୍ଟିଲ ଫାଉଣ୍ଡେସନ ବା ଟିଏସଏଫ କଳିଙ୍ଗନଗର ପକ୍ଷରୁ ଓଡିଶାର ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ ର ସ୍ଥାନୀୟ ଲୋକ ମାନଙ୍କୁ ନିଜ ବଗିଚାରେ ପୃଷ୍ଟିକର ପନିପରିବା ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି I ଗତବର୍ଷ ୨୪ ଟି ପଞ୍ଚାୟତ ର ୮୪ଟି ଗ୍ରାମ ରେ ୩୬୧୮ ଜଣ ହିତାଧିକାରୀଙ୍କୁ ପୋଷଣ ବଗିଚା ପାଇଁ ସହାୟତା ଦ୍ବାରା କମ୍ପାନୀ ଯାଜପୁର ଜିଲ୍ଲାରେ ଏହାର କାର୍ଯ୍ଯକ୍ଷେତ୍ର ପାର୍ଶ୍ବବର୍ତି ଅଞ୍ଚଳ ର ହଜାରହଜାର ଲୋକଙ୍କ ନିକଟରେ ପହଞ୍ଚି ପାରିଛି I ଏହି ପଦକ୍ଷେପ ଅନ୍ତର୍ଗତ ଟିଏସଏଫ ପକ୍ଷରୁ ମାଗଣାରେ ବିହନ ଚାରା ଜୈବିକ ସାର ଯୋଗାଇ ଦିଆଯିବା ସହିତ ପୋଷଣ ବଗିଚାକୁ ବିକଶିତ କରିବା ଓ ଏହାର ନିରିକ୍ଷଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି l ଟିଏସଏଫ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନିପରିବାରେ ଭରପୁର ପୋଷଣ ବଗିଚା ପାଇଁ ପ୍ରୋତ୍ସାହିତ କରାଯାଉଛି I ନିଜ ବାରିପଟେ ପନିପରିବାର ଚାଷ କରିବା ସହିତ ଘରର ବୈର୍ଜ ଜଳର ବ୍ୟବହାର କରିବା ବା କୌଣସି ରାସାୟନିକ ସାରର ପ୍ରୟୋଗ ହେଉନଥିବାରୁ ଏହା ସ୍ଥାନୀୟ ଲୋକ ମାନଙ୍କୁ ଆବଶ୍ୟକ ପରିମାଣର ପୋଷଣ ତତ୍ଵ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି l ଟିଏସଏଫ ର ନିରନ୍ତର ସହାୟତା ଯୋଗୁଁ ସ୍ଥାନୀୟ ମହିଳାମାନେ ପୋଷଣ ବଗିଚା ମାଧ୍ୟମରେ ଚାଷ କରିବାରେ ସକ୍ରିୟ ଯୋଗଦାନ କରିଛନ୍ତି l ସୁକିନ୍ଦାର ସଂସାଇଲୋ ଗ୍ରାମ ର ଜୟନ୍ତି ମହାନ୍ତ କହିଛନ୍ତି ଯେ ଏହି ପଦକ୍ଷେପ ରେ ସାମିଲ ହେବା ପରେ ବର୍ତ୍ତମାନ ଆମେ ନିଜ ବାରିପଟେ ତଟକା ପନିପରିବା ଚାଷ କରି ଆମର ପାଞ୍ଚ ଜଣିଆ ପରିବାରର ଆବଶ୍ୟକତାକୁ ପୁରଣ କରିବା ସହିତ ବଳକା ପନିପରିବା ପଡୋଶୀ ଙ୍କୁ ମଧ୍ଯ ଦେଇ ପାରୁଛୁ l ଏହି କାର୍ଯ୍ୟକ୍ରମ ଦ୍ବାରା ଆମେ ଆତ୍ମ ନିର୍ଭରଶୀଳ ହେବା ସହିତ ବଜାରରୁ ପନିପରିବାର କିଣାରେ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ଯ ସଂଚୟ କରିପାରୁଛୁ I ପୃଷ୍ଟିକର ପନିପରିବା ମାଧ୍ୟମ ରେ ଆମକୁ ଏକ ସୁସ୍ଥ ଜୀବନ ଯାପନ ପ୍ରଦାନ କରିଥିବାରୁ ଟାଟାଷ୍ଟିଲ କୁ ଧନ୍ୟବାଦ ଦେଇଅଛନ୍ତି I ପୋଷଣ ଖାଦ୍ୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବେ ସେମାନଙ୍କ ଘରକୁ ଯିବା ସହିତ ଶସ୍ଯ ଚାଷ ଓ ଏହାର ଯତ୍ନ ଏବଂ ରକ୍ଷଣାବେକ୍ଷଣ ମାଧ୍ୟମ ରେ ଟିଏସଏଫ ସ୍ଥାନୀୟ ଲୋକମାନଙ୍କ ସହିତ ନିୟମିତ ଭାବେ ସମ୍ପର୍କ ସ୍ଥାପନ କରୁଛି I ଟିଏସଏଫ ପୋଷଣ ବଗିଚା ପାଇଁ ସ୍ଥାନୀୟ ଲୋକମାନଙ୍କୁ ୧୨ କିସମର ବିହନ ,ସବୁଜ ନେଟ ଏବଂ ଜୈବିକ ଖତ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି I କିଶୋରି ବାଳିକା ,ଗର୍ଭବତୀ ମହିଳା ,ସ୍ତନ୍ଯପାନ କରାଉଥିବା ମହିଳା ଓ ପ୍ରଜନନକ୍ଷମ ବୟସ ବର୍ଗର ମହିଳା ,ପାଞ୍ଚ ବର୍ଷ ରୁ କମ ବୟସର ପିଲାମାନଙ୍କ ମଧ୍ଯ ରେ କୁପୋଷଣର ପ୍ରସାରକୁ ହ୍ରାସ କରିବା ଓ ପରିବାର ର ଆହାର ପୋଷକ ବିବିଧତାରେ ବୃଦ୍ଧି ଆଣିବା ପାଇଁ ଟିଏସଏଫ ପକ୍ଷରୁ ହିତାଧିକାରୀମାନଙ୍କ ଘର ବାରିପଟେ ପୋଷଣ ବଗିଚା କରିବା ଉପରେ ବିଶେଷ ରୁପେ ଧ୍ୟାନ ଦିଆଯାଉଛି I ଟାଟାଷ୍ଟିଲ ର ଏହି ପ୍ରୋତ୍ସାହିତକାରି କାର୍ଯ୍ୟକ୍ରମ କୁ କଳିଙ୍ଗ ନଗର ଜନସାଧାରଣ ବାସି ବହୁତ ପ୍ରଶଂସା କରିଅଛନ୍ତି I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !