କଳିଙ୍ଗନଗର ଶିଳ୍ପାଞ୍ଚଳର ପାରିପାର୍ଶ୍ବିକ ବିକାଶ ଉପରେ ଆଲୋଚନା କଲେ ମନ୍ତ୍ରୀ l


ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳର ପାରିପାର୍ଶ୍ୱିକ ବିକାଶ ଲାଗି କାରଖାନା ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସୁକିନ୍ଦା ବିଧାୟକ ତଥା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ଶିଳ୍ପାଞ୍ଚଳରେ ମାତ୍ରାଧିକ ଭାବେ ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଚିନ୍ତାର ବିଷୟ ହୋଇ ପଡିଛି l ଏହି ଅଞ୍ଚଳରେ ମାତ୍ରାଧିକ ଭାବେ ପରିବହନ ନିୟୋଜିତ ଗାଡ଼ି ବହୁ ପରିମାଣରେ ଦୁଇଚକିଆ, ଚାରିଚକିଆ ଯାନ ଯାତାୟତ ସମୟରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି ଏବଂ ତାହାସହିତ କଳିଙ୍ଗନଗର ରେ ମାତ୍ରାଧିକ ପ୍ରଦୂଷଣ ବଢି ବଢି ଚାଲିଛି l ବସବାସ କରୁଥିବା ଅଧିବାସୀ ମାନେ ଦିନ କୁ ଦିନ ବିଭିନ୍ନ ମାରାତ୍ମକ ରୋଗ ରେ ପୀଡିତ ହେଉଛନ୍ତି l ବାୟୁ ପ୍ରଦୂଷଣ ସାଙ୍ଗକୁ ଜଳ ପ୍ରଦୂଷିତ ହୋଇ ଜୀବନ ଯାପନ କରିବା କଷ୍ଟକର ହୋଇପଡୁଛି l ବହୁ ପରିମାଣରେ ବେକାରୀ ସମସ୍ୟା ଯୋଗୁ ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରୁଛି l ତେଣୁ ଏହି ଅଞ୍ଚଳରେ ମଧ୍ୟ ଅଧିବାସୀ ମାନେ ଚିକିତ୍ସା କରିବା ଅକ୍ଷମତା ପାଇଁ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି l ମାଳମାଳ କାରଖାନା ଥିଲେ ମଧ୍ୟ ବେକାରୀ ସମସ୍ୟା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା ଏବଂ ଗମନାଗମନ ବ୍ୟବସ୍ଥା ଏପରି ବହୁ ଗୁତୁତ୍ତ୍ଵ ପୂର୍ଣ୍ଣ ସମସ୍ୟା କୁ ଉପଲବ୍ଧ କରି ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ସହିତ ପ୍ରାଶାସନିକ ଓ କାରଖାନା କର୍ତ୍ତୃପକ୍ଷ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।ମନ୍ତ୍ରୀ ଙ୍କ ଉପସ୍ଥିତିରେ ପ୍ରଦୂଷଣ ଏବଂ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରିତ କରିବାକୁ ପ୍ରଶାସନ ଏବଂ ଶିଳ୍ପାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତି ହୋଇଛି । ଜେସିଡିଏଲ୍ ଠାରେ ଆୟୋଜିତ ବୈଠକର ନିଷ୍ପତ୍ତି ଆଧାରରେ କଳିଙ୍ଗନଗରର ୧୩ଟି ସ୍ଥାନରେ ୩୬ଟି ସିସି ଟିଭି ସ୍ଥାପନ କରାଯିବ। ଯାହା ଦ୍ୱାରା ଟ୍ରାଫିକ ସମସ୍ୟା ଉପରେ ନିୟନ୍ତ୍ରଣ ଅଣା ଯାଇ ପାରିବ । ତେବେ ଦେଖିବାକୁ ବାକି ରହିଲା ମନ୍ତ୍ରୀଙ୍କ ପରାମର୍ଶ କେତେଦୂର କାର୍ଯ୍ୟକାରୀ ହେବ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !