Posts

Showing posts from December 7, 2023

କୁହିକାରେ "ନୂଆ ଓ" ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ସୁକିନ୍ଦା :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ମହାଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେ "ନୂଆ ଓ" ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ହୋଇଥିଲା । କ୍ରୀଡ଼ା ଏବଂ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସରକାରଙ୍କ ଏହି ଉତ୍ତମ ପଦକ୍ଷେପରେ ଅନେକ ଛାତ୍ର ଛାତ୍ରୀ କ୍ରିଡା କ୍ଷେତ୍ରରେ ଅନେକ ଉନ୍ନତି ଆଣିପାରିଛି । "ନୂଆ ଓ"ଯୁବ ଓଡ଼ିଶା,ନବୀନ ଓଡ଼ିଶା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ସମ୍ମାନିତ ଅତିଥି ଭାବରେ ସୁକିନ୍ଦା ବ୍ଲକ ଅଦକ୍ଷ ଦିବ୍ୟରଞ୍ଜନ ବରାଳ , ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଆଇନଜୀବୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ , ୩୭ ନଂ ଯୋନ୍ ଜିଲ୍ଲାପରିଷଦ ଜେମାଚାଖି ପ୍ରମୁଖ ଉପସ୍ଥିତ ଥିଲେ l ସଭା ପରିଚାଳନା କରିଥିଲେ ମହାଗିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସତପଥି । ବିଚାରପତି ଭାବରେ ଖେଳ ଶିକ୍ଷକ ରଘୁନାଥ ଟୁଡୁ ଙ୍କ ଦ୍ବାରା ପୁରସ୍କାର ବିତରଣ ବିବରଣୀ ପାଠ କରାଯାଇଥିଲା । ଖେଳ ବିଭାଗରେ କବାଡି ଉଭୟ ବାଳକ ଓ ବାଳିକା , କ୍ରିକେଟ୍ ରେ ବାଳକ , ଖୋ ଖୋ ରେ ଉଭୟ ବାଳକ ଓ ବାଳିକା , ଫୁଟବଲ ରେ ବାଳକ ବିଭାଗରେ ପ୍ରଥମ , ଦ୍ବିତୀୟ ଓ