ଯାଜପୁର ରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାଜପୁରରୋଡ କୁ ଡିଭିଜନ୍ କରିବାକୁ ବୈଠକରେ ଦାବି l

ଯାଜପୁର :- ଯାଜପୁରରୋଡ ରେଳ ଷ୍ଟେସନ ପରାମର୍ଶଦାତା କମିଟି (୨୦୨୦-୨୧)ର ପ୍ରଥମ ବୈଠକ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ସୁପରିଟେଣ୍ଡେଣ୍ଟ ସମୀର କୁମାର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ ଖୋର୍ଦ୍ଧା ଡିଭିଜନ ର ସହକାରୀ ବାଣିଜ୍ୟ ଅଧିକାରୀ ବି.କେ. ପ୍ରଧାନ ଯୋଗଦେଇ ରେଳ ଷ୍ଟେସନ ବିକାଶ ନେଇ କମିଟି ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିଥିଲେ । ଯାଜପୁରରୋଡ କୁ ରେଳ ଡିଭିଜନ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ପ୍ରସ୍ତାବକୁ ସଦସ୍ୟ ମାନେ ଦୋହରାଇବା ସହିତ ଏହାକୁ ଗୁରୁତରଭାବେ ରେଳ ବିଭାଗ ଗ୍ରହଣ କରି ତୁରନ୍ତ ଘୋଷଣା କରାଯାଉବୋଲି ଦାବି କରିଥିଲେ । ଏଥିସହିତ ଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁରରୋଡ ରଖାଯାଉବୋଲି ପ୍ରସ୍ତାବ ରେ ଦାବି ହୋଇଛି। ଭଦ୍ରକ ରେ ରହୂଥିବା ରାଜଧାନୀ ଏକ୍ସପ୍ରେସ ସମେତ ଯାଜପୁରରୋଡ ଦେଇ ଯାଉଥିବା ସମସ୍ତ ଦୃତଗାମୀ ରେଳ ଏଠାରେ ଅଟକିବା,କେନ୍ଦୁଝର ଭୁବନେଶ୍ବର ମେମୁ ରେଳ ଯଖପୁରାରୁ ଯାଜପୁରରୋଡ ଦେଇ ଯିବାାଆସବା କରିବା, ମାଲଗୋଦାମ ସ୍ଥାନାନ୍ତର, ଷ୍ଟେସନ ପରିସରରେ ଶିଶୁ ଉଦ୍ୟାନ, ମାଲଗୋଦାମ ପଟରେ ନୂତନ ଟିକେଟ କାଉଣ୍ଟର ସ୍ଥାପନ, ଷ୍ଟେସନ ପରିସରରେ ଅଧିକ ଟୟଲେଟ ସ୍ଥାପନ, ସମସ୍ତ ସିସିଟିଭି ଚାଲୁ କରିବା, ପାଦଚଲା ସିଡିରେ ଲିଫ୍ଟ ଲଗାଇବା, ଖଡଗପୁର ଯାଜପୁରରୋଡ ପାସେଞ୍ଜର କୁ ହାଉଡା ପର୍ଯ୍ୟନ୍ତ ଚଳାଇବା...