ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା ରେ ବିକ୍ଷୋଭ ଓ ଧାରଣା l

ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତରେ ଗତମାସ ୨୭ ତାରିଖରେ ଭକଣ୍ଡାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆଜି ଦଳିତ ସଙ୍ଘ ପକ୍ଷରୁ ପାଣିକୋଇଲି ଥାନାରେ ବିକ୍ଷୋଭ ଓ ଗଣ ଧାରଣା ଦିଆଯାଇଛି l
 ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ। କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ।
 ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଏନେଇ ସୁବାସ ଅଭିଯୋଗ କରିବା ପରେ ପୁଲିସ
 ୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା । ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିଲା। ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ। ଏସ୍‌ପିଙ୍କ ନିର୍ଦେଶରେ ଘଟଣାର ତଦନ୍ତ କରୁଥିବା ଡିଏସପି ମମତା ସାହୁ ପକ୍ଷପାତିତା କରିବା ସହିତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରି ଆଜି ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋବ ଓ ଗଣ ଧାରଣା ଦେଇଛି ସଙ୍ଘ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !