ଇମ୍ଫାର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ l

 ଯାଜପୁର (କାଳିଆପାଣି ):- ଚଳିତମାସ ୨୬ତାରିଖରେ ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣିଠାରେ ୨୩ ରୁ ୨୬ତାରିଖ ୪ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l କାଳିଆପାଣି ପଞ୍ଚାୟତର ବିର୍ସାନଗରଠାରେ ୨୩ତାରିଖରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଇମ୍ଫା ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଯୋଗଦେଇ ସ୍ୱଚ୍ଛତା ଅଭିଯାନର ଉଦ୍ଦେଶ୍ୟ ଓ ପରିବେଶ ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l
 ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, କାଳିଆପାଣି ସରପଞ୍ଚ କଳ୍ପନା ଜେନା, ପଞ୍ଚାୟତର ଜନପ୍ରତିନିଧି, ଇମ୍ଫାର ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟ୍ଟନାୟକ, ଲୋକସମ୍ପର୍କ ମୁଖ୍ୟ ଜଗନ ମୋହନ ମଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିର୍ସାନଗର ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ l ପ୍ରଶାସନିକ ବିଭାଗ ସହକାରୀ ପରିଚାଳକ ଅଭୟ କୁମାର ପାଣ୍ଡେ, ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ମିଲନ ରଞ୍ଜନ କର, ଦୀପକ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

     ଏହି କାର୍ଯ୍ୟକ୍ରମରେ ୨୪ତାରିଖରେ ରକ୍ତଦାନ ଶିବିର,୨୫ତାରିଖରେ ଜରାଶ୍ରମରେ ବୃଦ୍ଧମାନଙ୍କୁ ଖାଦ୍ୟ ବଣ୍ଟନ ଓ ଖଣି ଆଖପାଖ ଗ୍ରାମର ବୃଦ୍ଧ ଓ ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ ଏବଂ ୨୬ତାରିଖ ପ୍ରତିଷ୍ଠା ଦିବସରେ ଦୀର୍ଘ ବର୍ଷଧରି କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଇମ୍ଫା ପକ୍ଷରୁ ସୂଚନା ଦିଆଯାଇଛି l
 (କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !