ରାଜ୍ଯ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଫଳତା ର ସଦ୍ୟ ଚିତ୍ର ପାଟଣାଗଡ଼ ରେ.. I

 ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଝିଅର ଚିକିତ୍ସା ଲାଗି ଜଣେ ବାପା କାନ୍ଧେଇ କରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପାଟଣାଗଡ ନେହେନାବାନ୍ଧ ଗାଁରେ ରୁହନ୍ତି ଧୂବଲ ଛାତ୍ରିଆ , ସ୍ତ୍ରୀ ଫୁଲମତି ଛାତ୍ରିଆ ଏବଂ ତାଙ୍କ ପୁଅ ଝିଅ । ବହୁ ଦିନ ହେଲା ଝିଅ ମଲ୍ଲୀ ( ୧୮ ) କୌଣସି ଅଜଣା ରୋଗରେ ପୀଡିତ ହୋଇ ଚାଲି  ପାରୁନାହାନ୍ତି। 
ସରକାରଙ୍କ ଏତେ ଯୋଜନା ସତ୍ତ୍ଵେ ଝିଅର ଚିକିତ୍ସା ହୋଇ ପାରୁ ନ ଥିବାରୁ ଚିନ୍ତିତ ବାପା ଓ ମା' l ଚିକିତ୍ସା ପାଇଁ ବିଭିନ୍ନ ଜାଗା ବୁଲି ସମସ୍ତ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରିସାରିଲେଣି । ଏବେ ତାଙ୍କ ପାଖରେ ଆଉ ଉନ୍ନତ ଚିକିତ୍ସା ଲାଗି ଅର୍ଥ ନାହିଁ । ଏହି ପରିପ୍ରେକ୍ଷୀରେ ଧୂବଲ ଝିଅକୁ ଚିକିତ୍ସା ଲାଗି ବେଲପଡାକୁ ନେଉଥିଲେ । 
ଅର୍ଥ ଅଭାବରୁ ଗାଡିରେ ନେଇ ନ ପାରି ସକାଳୁ ଝିଅକୁ କାନ୍ଧରେ ଧରି ସେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏତେ ଅସୁବିଧା ସତ୍ତ୍ବେ ହାର ମାନିନାହାନ୍ତି ଉଭୟେ ବାପାମା' । ଝିଅକୁ ଯେମିତି ହେଲେ ଚିକିତ୍ସା କରି ଠିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାର ଏଇ ଗରିବ ପରିବାରକୁ ସହାୟତା ପ୍ରଦାନ କରି ଧ୍ୟାନ ଦେବାକୁ ଦାବି ହେଉଛି ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !