ଯାଜପୁର ରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାଜପୁରରୋଡ କୁ ଡିଭିଜନ୍ କରିବାକୁ ବୈଠକରେ ଦାବି l

ଯାଜପୁର :- ଯାଜପୁରରୋଡ ରେଳ ଷ୍ଟେସନ ପରାମର୍ଶଦାତା କମିଟି (୨୦୨୦-୨୧)ର ପ୍ରଥମ ବୈଠକ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ସୁପରିଟେଣ୍ଡେଣ୍ଟ ସମୀର କୁମାର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ ଖୋର୍ଦ୍ଧା ଡିଭିଜନ ର ସହକାରୀ ବାଣିଜ୍ୟ ଅଧିକାରୀ ବି.କେ. ପ୍ରଧାନ ଯୋଗଦେଇ ରେଳ ଷ୍ଟେସନ ବିକାଶ ନେଇ କମିଟି ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିଥିଲେ । 
 ଯାଜପୁରରୋଡ କୁ ରେଳ ଡିଭିଜନ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ପ୍ରସ୍ତାବକୁ ସଦସ୍ୟ ମାନେ ଦୋହରାଇବା ସହିତ ଏହାକୁ ଗୁରୁତରଭାବେ ରେଳ ବିଭାଗ ଗ୍ରହଣ କରି ତୁରନ୍ତ ଘୋଷଣା କରାଯାଉବୋଲି ଦାବି କରିଥିଲେ । ଏଥିସହିତ ଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁରରୋଡ ରଖାଯାଉବୋଲି ପ୍ରସ୍ତାବ ରେ ଦାବି ହୋଇଛି। ଭଦ୍ରକ ରେ ରହୂଥିବା ରାଜଧାନୀ ଏକ୍ସପ୍ରେସ ସମେତ ଯାଜପୁରରୋଡ ଦେଇ ଯାଉଥିବା ସମସ୍ତ ଦୃତଗାମୀ ରେଳ ଏଠାରେ ଅଟକିବା,କେନ୍ଦୁଝର ଭୁବନେଶ୍ବର ମେମୁ ରେଳ ଯଖପୁରାରୁ ଯାଜପୁରରୋଡ ଦେଇ ଯିବାାଆସବା କରିବା, ମାଲଗୋଦାମ ସ୍ଥାନାନ୍ତର, 
ଷ୍ଟେସନ ପରିସରରେ ଶିଶୁ ଉଦ୍ୟାନ, ମାଲଗୋଦାମ ପଟରେ ନୂତନ ଟିକେଟ କାଉଣ୍ଟର ସ୍ଥାପନ, ଷ୍ଟେସନ ପରିସରରେ ଅଧିକ ଟୟଲେଟ ସ୍ଥାପନ, ସମସ୍ତ ସିସିଟିଭି ଚାଲୁ କରିବା, ପାଦଚଲା ସିଡିରେ ଲିଫ୍ଟ ଲଗାଇବା, ଖଡଗପୁର ଯାଜପୁରରୋଡ ପାସେଞ୍ଜର କୁ ହାଉଡା ପର୍ଯ୍ୟନ୍ତ ଚଳାଇବା,  ଜିଆରପି ଆଉଟ୍ ପରିଣତ କୁ ଥାନା ରେ ପରିଣତ  କରିବା, ସାଇମନ୍ଦିର ଓ ଗୋପବନ୍ଧୁ ଛକ ରେଳ ଫାଟକ ନିକଟରେ ଓଭରବ୍ରୀଜ୍ ଓ ଗଳିପୋଲ ନିର୍ମାଣ କରିବା, ରେଳ ଡାକସେବା କାଉଣ୍ଟର ଷ୍ଟେସନ ପରିସର ବାହାରେ କରିବା ସମେତ ବହୁ ଯଥାର୍ଥ ଦାବି କୁ କମିଟି ତରଫରୁ ଉପସ୍ଥାପନା କରାଯାଇ ଥିଲା l 
ଏହାକୁ ବିଭାଗୀୟ ଅଧିକାରୀ ପି. କେ. ଶତପଥି ଲିପିବଦ୍ଧ କରି ଖୋର୍ଦ୍ଧା ମଣ୍ଡଳ ଅଧିକାରୀ ଙ୍କ କାର୍ଯାଳୟରେ ପଇଠ କରିଛନ୍ତି । ପରାମର୍ଶଦାତା କମିଟି ସଦସ୍ୟ ସବିତା ରାଉତ, ଚିନ୍ତାମଣି ପାଢ଼ୀ, ଦୁର୍ଯୋଧନ ରାଉତ, ଡଃ. ଦୁଷ୍ମନ୍ତ କୁମ।ର ନାୟକ, ଡାକ୍ତର ଅମୂଲ୍ୟ କୁମ।ର ନାୟକ, ସଦାଶିବ ଦାସ, ସତ୍ୟ ନାରାୟଣ ମହାନ୍ତି, ସୁବାସ ଚନ୍ଦ୍ର ପ୍ରଧାନ, ଦେବ ପ୍ରସାଦ ଦାଶ, ରବିନ୍ଦ୍ର ମୁଖୀ ଉପସ୍ଥିତ ରହି ଉପରୋକ୍ତ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ । ରେଳ ବିଭାଗ ପକ୍ଷରୁ ଅକ୍ଷୟ କୁମ।ର ବେହେରା,ମନୋଜ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ବାରିକ,ଅମିତା ସରକାର, ଚିନ୍ମୟ କୁମାର ବେହେରା, ଅକ୍ଷୟ କୁମାର ସାମଲ ଓ ରେଳବାଇ ସୁରକ୍ଷା ଥାନା ଅଧିକାରୀ ରମାକାନ୍ତ ବାରିକ ପ୍ରମୁଖ ବୈଠକ ରେ ଯୋଗଦେଇ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !