Posts

Showing posts from December 27, 2022

ବେଆଇନ୍ ଗୃହ ନିର୍ମାଣ କୁ ବନ୍ଦ କଲେ ଦାନଗଦୀ ତହସିଲଦାର I

Image
(ଜବର ଦଖଲ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି )  ଯାଜପୁର (କଳିଙ୍ଗନଗର) :- ଶିଳ୍ପାଞ୍ଚଳ ସ୍ଥିତ ରାବଣାଛକଟିକୁ ବେଆଇନ୍ ଭାବେ କବ୍ଜା କରି ରଖିଅଛନ୍ତି ଜବର ଦଖଲ କାରୀ l ସତେ ଯେମିତି ଲାଗୁଥିଲା ପ୍ରଶାସନ ଆଇନ୍ କାନୁନ୍ କିଛି କାମ କରୁ ନାହଁ l ଆଗରୁ ରାବଣା ଛକ ର ସରକାରୀ ଜମିକୁ ବେଆଇନ୍ ଭାବେ ଜବର ଦଖଲ କରି ନିଜ କବ୍ଜାରେ ରଖିଛନ୍ତି କେତେକ ମୁଷ୍ଠିମେୟ ବ୍ୟକ୍ତି l ସୋମବାର ଦିନ ଜବର ଦଖଲ କରି ବେଆଇନ୍ ଭାବେ ଛକ ରେ ଘର ନିର୍ମାଣ କରୁଥିବା ବେଳେ ବିଶେଷ ସୁତ୍ରରୁ ସୂଚନା ପାଇ ଥିଲେ ଦାନଗଦୀ ତହସିଲଦାର ନର୍ମଦା ମୋଦି l ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ମାନତୀରା ଆର.ଆଇ ଗୃହ ନିର୍ମାଣ କାର୍ଯ୍ଯ କୁ ମଙ୍ଗଳବାର ବନ୍ଦ କରି ଥିଲେ l ତେବେ ବେଆଇନ୍ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଜବର ଦଖଲ କାରି ଙ୍କ ଉପରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡିଛି l ଶିଳ୍ପା ଅଞ୍ଚଳର ନିକଟବର୍ତ୍ତୀ ଓ ବ୍ୟସ୍ତ ବହୁଳ ଛକ ଟି ହୋଇ ଥିବା ବେଳେ ଲୋକ ମାନେ ଯାତାୟାତ କରୁଥିବା ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି l ରାସ୍ତା ଉପରେ ବେଆଇନ୍ ଦୋକାନ ବଜାର ଗଢି ଉଠିଥିବା ରୁ ଛକ ଦେଇ ଯାତାୟାତ କରୁଥିବା ଲୋକେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯଦି ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଭିନ୍ନ ଛକ ଜାଗା ମାନଙ୍କରେ ସରକାରୀ ଜାଗା ଚିହ୍ନଟ କରି ଦୋକାନ ଗୃହ ନିର୍