ବେଆଇନ୍ ଗୃହ ନିର୍ମାଣ କୁ ବନ୍ଦ କଲେ ଦାନଗଦୀ ତହସିଲଦାର I

(ଜବର ଦଖଲ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଯାଜପୁର (କଳିଙ୍ଗନଗର) :- ଶିଳ୍ପାଞ୍ଚଳ ସ୍ଥିତ ରାବଣାଛକଟିକୁ ବେଆଇନ୍ ଭାବେ କବ୍ଜା କରି ରଖିଅଛନ୍ତି ଜବର ଦଖଲ କାରୀ l ସତେ ଯେମିତି ଲାଗୁଥିଲା ପ୍ରଶାସନ ଆଇନ୍ କାନୁନ୍ କିଛି କାମ କରୁ ନାହଁ l ଆଗରୁ ରାବଣା ଛକ ର ସରକାରୀ ଜମିକୁ ବେଆଇନ୍ ଭାବେ ଜବର ଦଖଲ କରି ନିଜ କବ୍ଜାରେ ରଖିଛନ୍ତି କେତେକ ମୁଷ୍ଠିମେୟ ବ୍ୟକ୍ତି l ସୋମବାର ଦିନ ଜବର ଦଖଲ କରି ବେଆଇନ୍ ଭାବେ ଛକ ରେ ଘର ନିର୍ମାଣ କରୁଥିବା ବେଳେ ବିଶେଷ ସୁତ୍ରରୁ ସୂଚନା ପାଇ ଥିଲେ ଦାନଗଦୀ ତହସିଲଦାର ନର୍ମଦା ମୋଦି l ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ମାନତୀରା ଆର.ଆଇ ଗୃହ ନିର୍ମାଣ କାର୍ଯ୍ଯ କୁ ମଙ୍ଗଳବାର ବନ୍ଦ କରି ଥିଲେ l ତେବେ ବେଆଇନ୍ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଜବର ଦଖଲ କାରି ଙ୍କ ଉପରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡିଛି l ଶିଳ୍ପା ଅଞ୍ଚଳର ନିକଟବର୍ତ୍ତୀ ଓ ବ୍ୟସ୍ତ ବହୁଳ ଛକ ଟି ହୋଇ ଥିବା ବେଳେ ଲୋକ ମାନେ ଯାତାୟାତ କରୁଥିବା ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି l ରାସ୍ତା ଉପରେ ବେଆଇନ୍ ଦୋକାନ ବଜାର ଗଢି ଉଠିଥିବା ରୁ ଛକ ଦେଇ ଯାତାୟାତ କରୁଥିବା ଲୋକେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯଦି ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଭିନ୍ନ ଛକ ଜାଗା ମାନଙ୍କରେ ସରକାରୀ ଜାଗା ଚିହ୍ନଟ କରି ଦୋକାନ ଗୃହ ନିର୍ମାଣ କରାଯାଆନ୍ତା ତେବେ ଜବର ଦଖଲ ରୋକା ଯାଇପାରିବ ଏବଂ ସରକାରଙ୍କୁ ରାଜସ୍ୱ ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !