Posts

Showing posts from April 4, 2021

ସୁକିନ୍ଦା ସାହିତ୍ୟ ସମାଜ ନୂତନ କର୍ମକର୍ତ୍ତlଙ୍କ ଶପଥ ଗ୍ରହଣ l

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ୨୦୨୧ - ୨୨ ଆର୍ଥିକ ବର୍ଷରୁ ୩ବର୍ଷ ପାଇଁ ଏକ ୨୧ ଜଣିଆ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଗତ ମାସ ୧୧ ତାରିଖରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ l ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି (ରବିବାର ) ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ନବ ନିର୍ବାଚିତ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ଉପ ସଭାପତି ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ ଓ ଲବଙ୍ଗଲତା ପରିଡା, ସହ ସମ୍ପାଦକ ପବିତ୍ର ମୋହନ ସାହୁ, ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ନାୟକ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୁଳମଣି ଦତ୍ତ ଓ କାଳନ୍ଦୀ ଚରଣ ରଣା ପ୍ରମୁଖଙ୍କୁ ସାହିତ୍ୟ ସମାଜ ନିୟମାବଳୀ ପାଳନ କରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହ ସାହିତ୍ୟ ସମାଜର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରାଇଥିଲେ l ନୂତନ ସଦସ୍ୟା ଭାବେ ଯୋଗଦାନ କରିଥିବା ଦୀପ୍ତି ସାମଲଙ୍କୁ ସ୍ୱାଗତ କରାଯାଇଥିଲା l ଏହି ଅବସରରେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଉତ୍ସବରେ ସାହିତ୍ୟ ସମାଜ