ସୁକିନ୍ଦା ସାହିତ୍ୟ ସମାଜ ନୂତନ କର୍ମକର୍ତ୍ତlଙ୍କ ଶପଥ ଗ୍ରହଣ l

ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ୨୦୨୧ - ୨୨ ଆର୍ଥିକ ବର୍ଷରୁ ୩ବର୍ଷ ପାଇଁ ଏକ ୨୧ ଜଣିଆ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଗତ ମାସ ୧୧ ତାରିଖରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ l ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି (ରବିବାର ) ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ନବ ନିର୍ବାଚିତ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ଉପ ସଭାପତି ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ ଓ ଲବଙ୍ଗଲତା ପରିଡା, ସହ ସମ୍ପାଦକ ପବିତ୍ର ମୋହନ ସାହୁ, ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ନାୟକ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୁଳମଣି ଦତ୍ତ ଓ କାଳନ୍ଦୀ ଚରଣ ରଣା ପ୍ରମୁଖଙ୍କୁ ସାହିତ୍ୟ ସମାଜ ନିୟମାବଳୀ ପାଳନ କରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହ ସାହିତ୍ୟ ସମାଜର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରାଇଥିଲେ l ନୂତନ ସଦସ୍ୟା ଭାବେ ଯୋଗଦାନ କରିଥିବା ଦୀପ୍ତି ସାମଲଙ୍କୁ ସ୍ୱାଗତ କରାଯାଇଥିଲା l ଏହି ଅବସରରେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଉତ୍ସବରେ ସାହିତ୍ୟ ସମାଜର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ l(ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
Sukinda Sahitya Samaj swears in new staff. 
Jajpur (Sukinda): - A 21-member executive committee of Sukinda Sahitya Samaj for three years - The years from the financial year 2021 - 22 was unanimously elected on the 11th of last month. Senior journalist Jay Narayan Mohapatra newly elected president Akshay Kumar Bhuiyan, editor professor Himanshu Shekhar Dwivedi, organization secretary Ajay Kumar Khuntia, treasurer Manoranjan Das, vice-president Dr. Dayanidhi Das, Sudam Charan Nayak and Lobangalata Parida, along with editor Pabitra Mohan Sahu, media coordinator Manas Ranjan Nayak, advisory board members Surendra Kumar Das, Kulmani Dutt and Kalandi Charan Rana were among the prominent members of the Sahitya Samaj. Deepti Samal, who joined as a new member, was sworn in. A poetry reading was also held on the occasion. Members of the Sahitya Samaj were also present at the ceremony.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !