Posts

Showing posts from July 14, 2021

ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର ): - ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l ଡ଼ୁବୁରୀ ଗ୍ରାମର ସମାଜସେବୀ, ସାହିତ୍ୟlନୁରାଗୀ ଓ ଆଧ୍ୟାତ୍ମିକବାଦୀ ପୂର୍ଣଚନ୍ଦ୍ର ସାହୁଙ୍କ ରଚିତ ଶୁଭଦୀପ ଆମଗାଁ - ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚନ ଉପଲକ୍ଷେ ଡ଼ୁବୁରୀ ପଥପ୍ରାନ୍ତ ସେବା କେନ୍ଦ୍ରଠାରେ କୋଭିଡ ନିୟମ ପାଳନ କରାଯାଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଡ଼ୁବୁରୀ କପିଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଯତୀନ କୁମାର ତ୍ରିପାଠୀ ମୁଖ୍ୟଅତିଥି, ଶିକ୍ଷାବିତ ଅଲେଖ ପ୍ରସାଦ ଯେନା ଓ ଯୁବନେତା ଜୟନ୍ତ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁସ୍ତିକାକୁ ଉନ୍ନ୍ମୋଚନ କରିଥିଲେ l ପୁସ୍ତିକାର ରଚୟିତା ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ l କଳିଙ୍ଗନଗର ବଣିକ ସଙ୍ଘ ସଭାପତି ସୁଧାଂଶୁ ରାଉତ୍ , ସମ୍ପାଦକ ସୁକୁମାର ଜେନା, ସାମ୍ବାଦିକ ବିଶ୍ୱନାଥ ସାହୁ ଓ ସଂଜୀବ ମହାନ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବହୁ ପୁରାତନ ଡ଼ୁବୁରୀ ଗ୍ରାମର ଉତ୍ପତ୍ତି, ସ୍ୱତନ୍ତ୍ରତା, ଗ୍ରାମ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷ, ବିଭିନ୍ନ ସାହିର ପ୍ରତିଷ୍ଠl, ଗ୍ରାମର ବିଭିନ୍ନ ଅନୁଷ୍ଠାନ