Posts

Showing posts from April 28, 2020

ବିଶ୍ୱର ବିକାଶ ଓ ମଙ୍ଗଳ, କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) ତା ୨୮,୪,୨୦- ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ବିଶ୍ବାସ ସାଧାରଣ ଲୋକଙ୍କ ଜୀବନ ସହିତ ଜଡ଼ିତ ରହିଥାଏ, ଯେଉଁ ଧର୍ମର ଲୋକ ହୁଅନ୍ତୁ ବା କାହିକିଁ ଜୀବନରେ ବଞ୍ଚିବା ପାଇଁ କର୍ମ ସହିତ ଆଧ୍ୟାତ୍ମିକତା ଆବଶ୍ୟକତା ରହିଛି l ଏହିଭଳି ସାରା ବିଶ୍ୱ କୋରୋନା ସଂକ୍ରମଣ ରେ ଯେମିତି ବେହାଲ ହୋଇ ଯାଇଛି ତାହାକୁ ଦୃଷ୍ଟି ରେ ରଖି ଅନୁଗୁଳ କୁମୁରସିଙ୍ଗl କାବୁଲିପାଳସ୍ଥିତ ଆଶୁତୋଷ ଆଶ୍ରମ ରେ ସ୍ୱାମୀ ଶ୍ରୀ ଅଖଣ୍ଡାନନ୍ଦ ପୁରୀ ଜି ମହାରାଜ ଜୀ ଙ୍କ ଉପସ୍ଥିତିରେ  ଆଜି ଏକ ବିଶ୍ୱ ଶାନ୍ତି ରୁଦ୍ରମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ସରକାର ଙ୍କ ଲକ ଡାଉନ ନିୟମ କୁ ପାଳନ କରି ସାମାଜିକ ଦୂରତା ନିୟମ କୁ ପାଳନ କରାଯାଇଛି ଓ ୧୦୮ ଗାୟତ୍ରୀ ମନ୍ତ୍ର ଜପ ଏବଂ ୧୦୮ ମହାମୃତୁଞ୍ଜୟ ମନ୍ତ୍ର ମଧ୍ୟ ପାଠ କରାଯାଇଥିଲା ଆଜିର ଏହି ଧାର୍ମିକ ବ୍ଯବସ୍ଥା କୁ ସମାଜ ର ମଙ୍ଗଳ କାମନା ରେ ଉତ୍ସର୍ଗୀକୃତ କରାଯାଇଥିଲା I 

ସାମାଜିକ ଦୂରତା ନିୟମ ରକ୍ଷା କରି, ଆଧ୍ୟାତ୍ମିକ କାଯ୍ୟକ୍ରମ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଅନୁଗୁଳ - ତା ୨୮,୪.୨୦(ବ୍ୟୁରୋ ରିପୋର୍ଟ ) ଦୁନିଆ ରେ ଭୟଙ୍କର କାୟା ବିସ୍ତାର କରି ଥିବା କୋରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ଲକ ଡାଉନ ଘୋଷଣା କରିଛନ୍ତି ସେହି ନିୟମ ଅନୁସାରେ ଆଜି ଶଙ୍କରାଚାର୍ଯ୍ୟ ପୀଠ ପରିଷଦ ଓ ଆଦିତ୍ୟ ବାହିନୀ ଅନୁଗୁଳ ଶାଖା ଆନୁକୂଲ୍ୟ ରେ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ଅତି ନିରାଡ଼ମ୍ବର ଭାବରେ ସଦସ୍ୟ ଶ୍ରୀ ବିପିନ ମହାପାତ୍ର ଙ୍କ ସୁସୁଡା ସ୍ଥିତ ବାସଭବନରେ ସରକାର ଙ୍କ ନିୟମ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖି ଗୁରୁ ପୂଜନ ଓ ପାଦୁକା ପୂଜନ ରୀତିନୀତି ଅନୁଯାୟୀ ପାଳନ କରାଯାଇଛି ଏଥିରେ ସଭାପତି ବାସୁଦେବ ହୋତା, ପଣ୍ଡିତ କୁମାର ରୋହିତ ଦାସ, ଡଃ.ସୁଧୀର ମିଶ୍ର ଓ ବିପିନ ମହାପାତ୍ର ଉପସ୍ଥିତ ରହି ସମାଜ ତଥା ବିଶ୍ୱର ମଙ୍ଗଳ କାମନା କରି ଥିଲେ ।

ଛୋଟ ପିଲା ହାତରେ ଯାଦୁକାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - କରୋନା ର କରାଳ ସାରା ଦେଶରେ ଏବେ ହଇଚଇ ସୃଷ୍ଟି କରିଥିବା ବେଳେ ସାଧାରଣଲୋକଙ୍କୁ ଘରେ ଏକପ୍ରକାର ବାନ୍ଧି ରଖିଛି l ଏହି ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ର ମାଟି ମାଡି ପାରୁନାହାନ୍ତି, ତେଣୁ ସେମାନଙ୍କୁ କୌଣସି ପ୍ରକାର ର ସମୟକୁ ଅତିବାହିତ କରିବାକୁ ହେଉଛି, କିଏ ଟେଲିଭିଜନରେ ସମୟ କାଟୁଛନ୍ତି ତ କିଏ କିଏ ଘରୋଇ ଖେଳ ରେ l ଏହି ପରି ଅନେକ ଛାତ୍ରଛାତ୍ରୀ ତାଙ୍କ ନିଜ ମୁତାବକ ଘରେ ବସି କାର୍ଯ୍ୟ ନିର୍ବାହ କରୁଛନ୍ତି l ଏହି ଅବସରରେ ଆମେ ଆପଣଙ୍କୁ କିଛି ଝଲକ ଦେଖିବାକୁ ସୁଯୋଗ ଦେଉଛୁ, ଏହି ପିଲାଟି ହେଉଛି ସରସ୍ଵତୀ ବିଦ୍ୟାମନ୍ଦିର, ରଙ୍ଗ ବଜାର୍ ଭୁବନେଶ୍ଵର ତୃତୀୟ ଶ୍ରେଣୀର ଛାତ୍ର ସୁଜିତ୍ ଚାନ୍ଦ ପ୍ରଧାନ, ବୟସ ଆଠ ବର୍ଷ, କିନ୍ତୁ ତାଙ୍କର ରୁଚି ଚିତ୍ରାଙ୍କନ ପ୍ରତି l ଘରେ ପାଠପଢ଼ା ପରେ ବାକି ସମୟ କୁ ସେ ନିଜର କଳା ପାଇଁ ଉପଯୋଗ କରିଥାନ୍ତି l ସେ ହେଉଛନ୍ତି ଦାନଗଦି ର ସୁଶୀଲ ଚାନ୍ଦ ପ୍ରଧାନ ଓ ମାତା swagatika ଦାସ ଙ୍କ  ସୁପୁତ୍ର l ଛୋଟ ବୟସରୁ ହିଁ ସେ ତାଙ୍କର କଳାକୃତିର ବେଶ୍ ଭଲ ଭାବରେ ପରିପ୍ରକାଶ କରୁଛନ୍ତି l