ଛୋଟ ପିଲା ହାତରେ ଯାଦୁକାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ବ୍ୟୁରୋ ରିପୋର୍ଟ - କରୋନା ର କରାଳ ସାରା ଦେଶରେ ଏବେ ହଇଚଇ ସୃଷ୍ଟି କରିଥିବା ବେଳେ ସାଧାରଣଲୋକଙ୍କୁ ଘରେ ଏକପ୍ରକାର ବାନ୍ଧି ରଖିଛି l ଏହି ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ର ମାଟି ମାଡି ପାରୁନାହାନ୍ତି, ତେଣୁ ସେମାନଙ୍କୁ କୌଣସି ପ୍ରକାର ର ସମୟକୁ ଅତିବାହିତ କରିବାକୁ ହେଉଛି, କିଏ ଟେଲିଭିଜନରେ ସମୟ କାଟୁଛନ୍ତି ତ କିଏ କିଏ ଘରୋଇ ଖେଳ ରେ l ଏହି ପରି ଅନେକ ଛାତ୍ରଛାତ୍ରୀ ତାଙ୍କ ନିଜ ମୁତାବକ ଘରେ ବସି କାର୍ଯ୍ୟ ନିର୍ବାହ କରୁଛନ୍ତି l ଏହି ଅବସରରେ ଆମେ ଆପଣଙ୍କୁ କିଛି ଝଲକ ଦେଖିବାକୁ ସୁଯୋଗ ଦେଉଛୁ, ଏହି ପିଲାଟି ହେଉଛି ସରସ୍ଵତୀ ବିଦ୍ୟାମନ୍ଦିର, ରଙ୍ଗ ବଜାର୍ ଭୁବନେଶ୍ଵର ତୃତୀୟ ଶ୍ରେଣୀର ଛାତ୍ର ସୁଜିତ୍ ଚାନ୍ଦ ପ୍ରଧାନ, ବୟସ ଆଠ ବର୍ଷ, କିନ୍ତୁ ତାଙ୍କର ରୁଚି ଚିତ୍ରାଙ୍କନ ପ୍ରତି l ଘରେ ପାଠପଢ଼ା ପରେ ବାକି ସମୟ କୁ ସେ ନିଜର କଳା ପାଇଁ ଉପଯୋଗ କରିଥାନ୍ତି l ସେ ହେଉଛନ୍ତି ଦାନଗଦି ର ସୁଶୀଲ ଚାନ୍ଦ ପ୍ରଧାନ ଓ ମାତା swagatika ଦାସ ଙ୍କ  ସୁପୁତ୍ର l ଛୋଟ ବୟସରୁ ହିଁ ସେ ତାଙ୍କର କଳାକୃତିର ବେଶ୍ ଭଲ ଭାବରେ ପରିପ୍ରକାଶ କରୁଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !