Posts

Showing posts from September 7, 2020

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଆଦିବାସୀ ପରିବାର, ସରକାରୀ ସହାୟତା ପାଇଁ ଦାବୀ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ସ୍ଥାନୀୟ ସରପଞ୍ଚ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ୨୦୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧୫୦୦ ଟଙ୍କା ଦେଇ କାମ ସାରିଦେଲେ l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର  କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l  ଧୂଳିଗଡ଼ ଗ୍ରାମପଞ୍ଚାୟତର ସାମାଜ ସେବୀ ସଂଗ୍ରାମ ବିଶ୍ଵାଳ ଙ୍କୁ ନେଇ ଆମ ଟିମ ପହଞ୍ଚି ଥିଲା ଉକ୍ତ ଗାଁ ରେ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ...