ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ଛାତ୍ର ଶ୍ରୀ ପ୍ରିତିମନ୍ ମହାପାତ୍ରଙ୍କ ଗତ ମଇ ୧/୫/୨୦୨୧ ରେ କୋବିଡ୍-୧୯ ଯୋଗୁଁ ମୃତ୍ୟୁ ବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣୀବିହାର ପରିସରରେ ଥିବା ମା' ତାଳପଦେଶ୍ୱରି ମନ୍ଦିର ପରିସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କୋବିଡ୍ ନିୟମ ଅନୁସାରେ ଏକ ଶୋକସଭା ଆୟୋଜନ କରି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଶୋକସଭାରେ ବାଣୀବିହାରର ପ୍ରଫେସର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବଦ୍ରୀ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ନିର୍ମଳ କୁମାର ପଣ୍ଡା, ଡ଼ଃ ପ୍ରକାଶ ତ୍ରିପାଠୀ, ହିମାଂଶୁ ଲେଙ୍କା, ରିଡର୍ ମନୋରଞ୍ଜନ ସେନାପତି, ଅନାମ ବେହେରା, ସୁଶାନ୍ତ କୁମାର ପାତ୍ର, ଲୋକେଶ ଜଗତ, ଆଶିଷ ପାଠୀ, ସର୍ବେଶ୍ଵର ବେହେରା , ରଜନୀ ମହାନ୍ତି ଓ ଆୟୋଜକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଓ ତାଙ୍କର ଏକାଦଶାହରେ ଏକ ଭର୍ଚୁଆଲ ଗୁଗୁଲ୍ ମିଟ୍ ମାଧ୍ୟମରେ ସ୍ମୃତି ଚାରଣ ସଭା କରାଯିବ ବୋଲି ନିଷ୍ପତି ହୋଇଛି। Remembrance meeting for journalist's death. Bhubaneswar (Beuro Report): - Mr. Pritiman Mohapatra, a senior journalist of the Times of India and a...