ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ଛାତ୍ର ଶ୍ରୀ ପ୍ରିତିମନ୍ ମହାପାତ୍ରଙ୍କ ଗତ ମଇ ୧/୫/୨୦୨୧ ରେ କୋବିଡ୍-୧୯ ଯୋଗୁଁ ମୃତ୍ୟୁ ବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣୀବିହାର ପରିସରରେ ଥିବା ମା' ତାଳପଦେଶ୍ୱରି ମନ୍ଦିର ପରିସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କୋବିଡ୍ ନିୟମ ଅନୁସାରେ ଏକ ଶୋକସଭା ଆୟୋଜନ କରି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଶୋକସଭାରେ ବାଣୀବିହାରର ପ୍ରଫେସର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବଦ୍ରୀ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ନିର୍ମଳ କୁମାର ପଣ୍ଡା, ଡ଼ଃ ପ୍ରକାଶ ତ୍ରିପାଠୀ, ହିମାଂଶୁ ଲେଙ୍କା, ରିଡର୍ ମନୋରଞ୍ଜନ ସେନାପତି, ଅନାମ ବେହେରା, ସୁଶାନ୍ତ କୁମାର ପାତ୍ର, ଲୋକେଶ ଜଗତ, ଆଶିଷ ପାଠୀ, ସର୍ବେଶ୍ଵର ବେହେରା , ରଜନୀ ମହାନ୍ତି ଓ ଆୟୋଜକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଓ ତାଙ୍କର ଏକାଦଶାହରେ ଏକ ଭର୍ଚୁଆଲ ଗୁଗୁଲ୍ ମିଟ୍ ମାଧ୍ୟମରେ ସ୍ମୃତି ଚାରଣ ସଭା କରାଯିବ ବୋଲି ନିଷ୍ପତି ହୋଇଛି।
Remembrance meeting for journalist's death. 
Bhubaneswar (Beuro Report): - Mr. Pritiman Mohapatra, a senior journalist of the Times of India and an alumni of Utkal University, died on May 1, 2021 due to COVID-19 . In this regard, a mourning ceremony was held at the Maa Talpadeshwari temple premises in Banibihar area at 5 pm today in accordance with the Kobid Act to commemorate Mr. Mohapatra. The mourning ceremony was attended by Prof. Santosh Kumar Tripathi, Badri Narayan Mohanty, Manoj Kumar Sahu, Nirmal Kumar Panda, Dr. Prakash Tripathi, Himanshu Lenka, Reader Manoranjan Senapati, Anam Behera, Sushant Kumar Patra, Lokesh Jagat, Ashish Pathi, Sarveshwar Behera. And Santosh Kumar, the organizer, joined in and paid homage to the late Mohapatra. It has been decided that a memorial service will be held on his XI through a virtual Google Meet.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !