Posts

Showing posts from November 28, 2020

ଯାଜପୁର, ସୁକିନ୍ଦା ଇମ୍ଫା ଖଣିରେ ସ୍ୱଚ୍ଛତା ପକ୍ଷ ପାଳିତ l

Image
 ଯାଜପୁର (ସୁକିନ୍ଦା):-ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ନିର୍ଦ୍ଦେଶ କ୍ରମେ ଚଳିତମାସ ୧୬ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ସୁକିନ୍ଦାର ବିଭିନ୍ନ କ୍ରୋମାଇଟ ଖଣିରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି l ଏହି କ୍ରମରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି ଖଣିରେ ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଏହାକୁ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଉଦଘାଟନ କରିଥିବାବେଳେ ଖଣି ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ନିର୍ମାଣ ବିଭାଗ ମୁଖ୍ୟ ପ୍ରଦୀପ ଦେ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, କାର୍ମିକ ବିଭାଗ ପରିଚାଳକ ଗିରିଶ ପଟ୍ଟନାୟକ, ଯୋଗାଣ ଶୃଙ୍ଖଳ ବିଭାଗ ମୁଖ୍ୟ ନବିତ ନନ୍ଦଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥରେ ଉପସ୍ଥିତ ଥିଲେ l  କୋଭିଡ କଟକଣାକୁ ପାଳନକରି ସଚେତନତା ବାର୍ତ୍ତା ପ୍ରଚାର ସହ ଶପଥ ପାଠ କରାଯାଇଥିଲା l ମୁଖ୍ୟ ପ୍ରଶାସନିଜ କାର୍ଯ୍ୟlଳୟ, ମହାଗିରି ଖଣି କାର୍ଯ୍ୟାଳୟ, ବିଶ୍ରାମସ୍ଥଳୀ, କ୍ୟାଣ୍ଟିନ, କଲୋନୀ ପରିସର ଆଦି ସ୍ଥାନରେ ସ୍ୱଚ୍ଛତା ସମ୍ପର୍କୀତ ସଚେତନତା ବାର୍ତ୍ତା ପ୍ରଚାର କରାଯିବାସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ପରିବେଶ ବିଭାଗ ମୁଖ୍ୟ ଏମ. ମଣିନନ୍ଦନ ପରିଚାଳନା କରିଥିବା ବେଳେ ସମରେନ୍ଦ୍ର ସ୍ୱାଇଁ, ମନୀଷା ମହାନ୍ତି, ଭରତ ରାଉତ, ଦେବାଶିଷ ସାମଲ ମିଲନ ରଞ୍ଜନ କର ପ୍ରମୁ