Posts

Showing posts from October 11, 2022

ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଲେ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ ) :- ନିର୍ବାଚନ ପାଖେଇ ଆସୁଛି ତେଣୁ ଆଜିଠୁ ଚାଲିଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ I ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ଯାଜପୁର ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଜଗନ୍ନାଥ ମନ୍ଦିର ରେ ପୂର୍ବତନ ସମିତି ସଭ୍ଯା ଝୁନାରାଣୀ ପଣ୍ଡା ଙ୍କ ନେତୃତ୍ଵରେ ଶତାଧିକ  ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ l ଏହା ବିଜେଡି ପାଇଁ ଶକ୍ତ ଧକ୍କା l ଉପସ୍ଥିତ ବିଜେପି ଜିଲ୍ଳା ସଭାପତି ଗୌତମ ରାୟ, ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ଯାଜପୁର ଗ୍ରାମୀଣ ମଣ୍ଡଳ ସଭାପତି ମନ୍ମଥ ବରାଳ ଓ ଭୂଇଁପୁର ମଣ୍ଡଳ ସମ୍ପାଦିକା ଗୀତା ମିତ୍ର ଦାଶ ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ସମାପନ ହୋଇଥିଲା l ବିଜେଡି ଦଳ ପ୍ରତି ଆତ୍ମବିଶ୍ୱାସ ହରାଇ ଏବଂ ବିଶେଷକରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କର୍ଯ୍ୟ ରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଚାରକୁ ନେଇ ସେମାନେ ବିଜେଡି ଦଳ ପରିତ୍ୟାଗ କରିଥିବା କହିଥିଲେ l   

ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା 'ଙ୍କ ପୂଜା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) :-ଧରାପୃଷ୍ଠକୁ ଆଗମନ କରିଛନ୍ତି ଧନ ଧାତ୍ରୀ ମା ମହାଲକ୍ଷ୍ମୀ । ମା,ଙ୍କ ଆଗମନକୁ ନେଇ ଗାଁରୁ ସହର ସବୁଠି ଉତ୍ସବ ମୁଖର ସବୁଠି ସର୍ଜିତ ମା,ଙ୍କ ସ୍ବାଗତ ପାଇଁ ସବୁ ଠି ଉତ୍ସାହିତ । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନିଡାବର ସହକାରେ ହୋଇ ଆସିଥିବା ଲକ୍ଷ୍ମୀ ପୂଜା ଚଳିବର୍ଷ ମା,ଙ୍କ ଅଶିସରୁ ପୂନର୍ବାର ଉତ୍ସାହର ସହକାରେ ସବୁଠି ଚାଲିଛି ଧନ ଧାତ୍ରୀ ଙ୍କ ପୂଜା । ତେବେ ଏହି ଅବସରରେ ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଳକ ଓ ସୁକିନ୍ଦା ବ୍ଲକ ର ବିଭିନ୍ନ ପୂଜାମଣ୍ଡପ ରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା ଲକ୍ଷ୍ମୀ ଙ୍କ ପୂଜା l ଦାନଗଦୀ ବ୍ଲକ ର ଦାନଗଦୀ, ସୋଲେଇ, ମାନଗୋବିନ୍ଦ ପୁର, ଜଖପୁରା, ମାଣତୀରା ଏମିତି ପ୍ରତ୍ୟେକ ଗ୍ରାମରେ ବହୁ ଆଡମ୍ବର ସହିତ ପାଳନ କରାଯାଉଥିବା ବେଳେ, ୫୨ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଦାମୋଦରପୁର ଗ୍ରାମ ରେ ମା,ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଆସିଛି । ଏ ବର୍ଷ ମଧ୍ୟ ମା,ଙ୍କ ପୂଜା କୁ ନେଇ ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ଅତି ସୁନ୍ଦରଭାବରେ ଗ୍ରାମକୁ ସର୍ଜିତ କରାଯାଇଥିବା ବେଳେ ପ୍ରତେକ ସାହିରେ ଭକ୍ତଙ୍କୁ ଆକୁଷ୍ଟ କରିବା କୁ ଅନେକ ସୁନ୍ଦର ସୁନ୍ଦର ବାରୁଆଳି ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇ