ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା 'ଙ୍କ ପୂଜା l

ଯାଜପୁର (ବ୍ୟୁରୋ ରିପୋର୍ଟ ) :-ଧରାପୃଷ୍ଠକୁ ଆଗମନ କରିଛନ୍ତି ଧନ ଧାତ୍ରୀ ମା ମହାଲକ୍ଷ୍ମୀ । ମା,ଙ୍କ ଆଗମନକୁ ନେଇ ଗାଁରୁ ସହର ସବୁଠି ଉତ୍ସବ ମୁଖର ସବୁଠି ସର୍ଜିତ ମା,ଙ୍କ ସ୍ବାଗତ ପାଇଁ ସବୁ ଠି ଉତ୍ସାହିତ । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନିଡାବର ସହକାରେ ହୋଇ ଆସିଥିବା ଲକ୍ଷ୍ମୀ ପୂଜା ଚଳିବର୍ଷ ମା,ଙ୍କ ଅଶିସରୁ ପୂନର୍ବାର ଉତ୍ସାହର ସହକାରେ ସବୁଠି ଚାଲିଛି ଧନ ଧାତ୍ରୀ ଙ୍କ ପୂଜା । ତେବେ ଏହି ଅବସରରେ ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଳକ ଓ ସୁକିନ୍ଦା ବ୍ଲକ ର ବିଭିନ୍ନ ପୂଜାମଣ୍ଡପ ରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା ଲକ୍ଷ୍ମୀ ଙ୍କ ପୂଜା l ଦାନଗଦୀ ବ୍ଲକ ର ଦାନଗଦୀ, ସୋଲେଇ, ମାନଗୋବିନ୍ଦ ପୁର, ଜଖପୁରା, ମାଣତୀରା ଏମିତି ପ୍ରତ୍ୟେକ ଗ୍ରାମରେ ବହୁ ଆଡମ୍ବର ସହିତ ପାଳନ କରାଯାଉଥିବା ବେଳେ, ୫୨ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଦାମୋଦରପୁର ଗ୍ରାମ ରେ ମା,ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଆସିଛି । ଏ ବର୍ଷ ମଧ୍ୟ ମା,ଙ୍କ ପୂଜା କୁ ନେଇ ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ଅତି ସୁନ୍ଦରଭାବରେ ଗ୍ରାମକୁ ସର୍ଜିତ କରାଯାଇଥିବା ବେଳେ ପ୍ରତେକ ସାହିରେ ଭକ୍ତଙ୍କୁ ଆକୁଷ୍ଟ କରିବା କୁ ଅନେକ ସୁନ୍ଦର ସୁନ୍ଦର ବାରୁଆଳି ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇଛି । ସେହିଭଳି ଚଳିତ ବର୍ଷ ପୂଜାରେ ଟୁଗୁରୁ - ବର୍ଷାଙ୍କ ପ୍ରେମ କାହାଣୀ କୁ ନେଇ ନିର୍ମାଣ କରାଯାଇଥିବା ବାରୁଆଳି ଦର୍ଶକଙ୍କୁ ଅନେକ ଅକୁଷ୍ଟ କରିଛି । ଆନ୍ୟପକ୍ଷରେ ଗାଁ ଭଳିକି ଭଳି ଦୋକାନ ବଜାର ସାଙ୍ଗକୁ ମିନା ବଜର ଓ ଅପେରା ର ମଜା ନେବାକୁ ଛୁଟୁଛି ଲୋକ ଙ୍କୁ ସୁଅ । ସେପଟେ ଶାନ୍ତି ଶୃଙ୍ଖଳାକୁ ଦୁଷ୍ଟିରେ ରଖି ସୁକିନ୍ଦା ପୋଲିସ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିବା ବେଳେ ଗାଁରେ ଶାନ୍ତି କମିଟ୍ ମଧ୍ୟ ନିୟଜିତ ରହି ଦର୍ଶକ ଙ୍କୁ ସହାୟତା ଓ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !