ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଲେ l

ଯାଜପୁର(ବ୍ୟୁରୋ ରିପୋର୍ଟ ) :- ନିର୍ବାଚନ ପାଖେଇ ଆସୁଛି ତେଣୁ ଆଜିଠୁ ଚାଲିଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ I ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ଯାଜପୁର ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଜଗନ୍ନାଥ ମନ୍ଦିର ରେ ପୂର୍ବତନ ସମିତି ସଭ୍ଯା ଝୁନାରାଣୀ ପଣ୍ଡା ଙ୍କ ନେତୃତ୍ଵରେ ଶତାଧିକ
 ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ l ଏହା ବିଜେଡି ପାଇଁ ଶକ୍ତ ଧକ୍କା l ଉପସ୍ଥିତ ବିଜେପି ଜିଲ୍ଳା ସଭାପତି ଗୌତମ ରାୟ, ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ଯାଜପୁର ଗ୍ରାମୀଣ ମଣ୍ଡଳ ସଭାପତି ମନ୍ମଥ ବରାଳ ଓ ଭୂଇଁପୁର ମଣ୍ଡଳ ସମ୍ପାଦିକା ଗୀତା ମିତ୍ର ଦାଶ ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ସମାପନ ହୋଇଥିଲା l ବିଜେଡି ଦଳ ପ୍ରତି ଆତ୍ମବିଶ୍ୱାସ ହରାଇ ଏବଂ ବିଶେଷକରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କର୍ଯ୍ୟ ରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଚାରକୁ ନେଇ ସେମାନେ ବିଜେଡି ଦଳ ପରିତ୍ୟାଗ କରିଥିବା କହିଥିଲେ l 

 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !