Posts

Showing posts with the label ଦମଦାର ଖବର

ଭାଗବତ୍ ଜନ୍ମ ଉପଲକ୍ଷେ ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଭଜନ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜିବି ସମାଜରେ ବହୁ ଲୋକ ନିଜର କର୍ମମୟ ଜୀବନ ଭିତରେ ଥିବା କିଛି ସମୟ କୁ ଉତ୍ସର୍ଗ କରିବା ଦେଖିବାକୁ ମିଳିଛି l ବିଶେଷ କରି ଯାଜପୁର ଜିଲ୍ଲା ର ଜଣେ ମାନ୍ୟଗଣ୍ୟ କଳାକାର ଦିନେଶ୍ ମଲ୍ଲିକ ଙ୍କ ଦ୍ଵାରା ଏହା ଦେଖିବାକୁ ମିଳିଛି l  ଓଡ଼ିଶାର ଜଗନ୍ନାଥ ସଂକୃତି କୁ ଅନୁସରଣ କରି ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଛି ଶ୍ରୀମତୀ ନଳିନୀପ୍ରଭା ଦାସ୍ ଙ୍କ ଲିଖିତ ଓଡ଼ିଆ ଭଜନ l ଯାହାକୁ ସ୍ଵର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ ମଲ୍ଲିକ I ଏହି ଭଜନ ଟି କେବିକେ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଶୁଭମ୍ ମିଉଜିକ୍ ରେ ଶୁଣିବାକୁ ପାଇବେ ସମସ୍ତ ଜଗନ୍ନାଥ ପ୍ରେମୀ l 

ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳନ l

 ବ୍ୟୁରୋ ରିପୋର୍ଟ - ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ସାଧକ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  BUREAU REPORT - On the occasion of the jubilee of Vir Surendra Sai, a leading figure in the Indian freedom struggle, other ministers, including Hon'ble Chief Minister Shri Naveen Patnaik, laid a wreath at the statue of Veer Surendra Sai in the Assembly premises.

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଆଦିବାସୀ ପରିବାର, ସରକାରୀ ସହାୟତା ପାଇଁ ଦାବୀ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ସ୍ଥାନୀୟ ସରପଞ୍ଚ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ୨୦୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧୫୦୦ ଟଙ୍କା ଦେଇ କାମ ସାରିଦେଲେ l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର  କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l  ଧୂଳିଗଡ଼ ଗ୍ରାମପଞ୍ଚାୟତର ସାମାଜ ସେବୀ ସଂଗ୍ରାମ ବିଶ୍ଵାଳ ଙ୍କୁ ନେଇ ଆମ ଟିମ ପହଞ୍ଚି ଥିଲା ଉକ୍ତ ଗାଁ ରେ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି