Posts

Showing posts from February 11, 2023

ଏକଲବ୍ଯ ଆଦର୍ଶ ଆବସିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ମାଡରେ ଛାତ୍ର ଲହୁଲୁହାଣ l

Image
RITA VISION NEWS By Umakanta Mohapatra  (ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ)   ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଓଲଳ ପଞ୍ଚାୟତ ରାମ୍ପିଲୋ ରେ ଥିବା ସରକାରୀ ଏକଲବ୍ଯ ଆବସିକ ବିଦ୍ୟାଳୟ ରେ ଗତ କାଲି ତା ୧୦/୦୨ /୨୦୨୩ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ଓଡିଶା ସରକାର ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି l ସରକାର ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦାଣ୍ଡମୁକ୍ତ ଘୋଷଣା କରିଥିଲେ ମଧ୍ୟ କିନ୍ତୁ ଦୁଃଖର ବିଷୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ମାଡରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁଲୁହାଣ ହୋଇ ଦାନଗଦୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ଖବର ମିଳିଛି l ଏହାର ପ୍ରତିବାଦରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଏକତ୍ରୀତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଛାତ୍ର ଜଣଙ୍କୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୌଣସି କାରଣରୁ ବିଳମ୍ବିତ ରାତିରେ ପ୍ରବଳ ମାଡ ମାରିବା ଦ୍ୱାରା ତାର ମୁହଁ ଓ ମୁଣ୍ଡ ରୁ ରକ୍ତସ୍ରାବ ହେବାରୁ ବିଦ୍ୟାଳୟ ର ଦୁଇଜଣ ଶିକ୍ଷକ ଅନିଲ କୁମାର ବାଗ ଓ ସୁଜିତ କୁମାର ପଟ୍ଟନାୟକ ଚିକିତ୍ସା ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିବା ଜଣ