ଏକଲବ୍ଯ ଆଦର୍ଶ ଆବସିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ମାଡରେ ଛାତ୍ର ଲହୁଲୁହାଣ l

RITA VISION NEWS By Umakanta Mohapatra 


(ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ)  
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଓଲଳ ପଞ୍ଚାୟତ ରାମ୍ପିଲୋ ରେ ଥିବା ସରକାରୀ ଏକଲବ୍ଯ ଆବସିକ ବିଦ୍ୟାଳୟ ରେ ଗତ କାଲି ତା ୧୦/୦୨ /୨୦୨୩ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ଓଡିଶା ସରକାର ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି l ସରକାର ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦାଣ୍ଡମୁକ୍ତ ଘୋଷଣା କରିଥିଲେ ମଧ୍ୟ କିନ୍ତୁ ଦୁଃଖର ବିଷୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ମାଡରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁଲୁହାଣ ହୋଇ ଦାନଗଦୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ଖବର ମିଳିଛି l ଏହାର ପ୍ରତିବାଦରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଏକତ୍ରୀତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଛାତ୍ର ଜଣଙ୍କୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୌଣସି କାରଣରୁ ବିଳମ୍ବିତ ରାତିରେ ପ୍ରବଳ ମାଡ ମାରିବା ଦ୍ୱାରା ତାର ମୁହଁ ଓ ମୁଣ୍ଡ ରୁ ରକ୍ତସ୍ରାବ ହେବାରୁ ବିଦ୍ୟାଳୟ ର ଦୁଇଜଣ ଶିକ୍ଷକ ଅନିଲ କୁମାର ବାଗ ଓ ସୁଜିତ କୁମାର ପଟ୍ଟନାୟକ ଚିକିତ୍ସା ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିବା ଜଣାପଡିଛି l ଏହି ମାମଲାରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ମାମଲା ଜାଣିବାପରେ ଦାନଗଦୀ, ସୁକିନ୍ଦା ଓ କୋରାଲ ବ୍ଳକର ଶିଶୁ ସୁରକ୍ଷା ଅଧିକାରୀ ପହଁଚି ଛାତ୍ରଛାତ୍ରୀ ମନକୁ ବୁଝାଇ ଘଟଣା କୁ ଆଗକୁ ନ ବଢାଇବା ପାଇଁ ଆପୋଷ ବୁଝାମଣା କରିଥିଲେ l ଶିକ୍ଷାନୁଷ୍ଠାନରେ କୋମଳମତି ଦଳିତ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା ବଦଳରେ ପ୍ରଧାନ ଶିକ୍ଷକ କ୍ରୋଧିତ ହୋଇ ମାଡ ମାରି ବା ଏକ ନୀନ୍ଦନୀୟ ଘଟଣା l ଯାହାକି ସବୁ ମହଲରୁ ଏହାକୁ ନିନ୍ଦା କରାଯାଇଛି l ଏହି ମାଡ ମାରିବା ଘଟଣାର ଉପଯୁକ୍ତ ଭାବେ ତଦନ୍ତ କରି ସମ୍ପୃକ୍ତ ଥିବା ପ୍ରଧାନ ଶିକ୍ଷକ ସୁଜତ କୁମାର ନାୟକ ଙ୍କ ବିରୋଧରେ ଆଇନ୍ ଗତ କାର୍ଯ୍ଯାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !