Posts

Showing posts from March 29, 2023

ଦାନଗଦୀ କଂଗ୍ରେସର ସଂକଳ୍ପସତ୍ୟାଗ୍ରହ ଓ ପ୍ରତିବାଦ l

Image
ଦାନଗଦୀ(ନି ପ୍ର) : - ଲୋକସଭା ରେ ସଭ୍ୟପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଙ୍କୁ ଯେଉଁ ଅଯୋଗ୍ୟ କରାଗଲା, ସାଙ୍ଗିଆ ଟିପଣୀ କୁ ନେଇ ଜେଲ ହେବା ଘଟଣା ରେ ଘୋର ନିନ୍ଦା କରିଛି କଂଗ୍ରେସ l ଏହି ପ୍ରତିବାଦ ରେ ଦାନଗଦୀ ବ୍ଲକ କଂଗ୍ରେସ ତରଫରୁ ଦାନଗଦୀ କାର୍ଯ୍ୟଳୟ ସମ୍ମୁଖରେ ଗାନ୍ଧିଜୀ ଙ୍କ ଫଟୋ ରଖି ମାଲ୍ୟପ୍ରଣ କରି ନୀରବ ସଂକଳ୍ପ ସତ୍ୟାଗ୍ରହ ପ୍ରତିବାଦ କରିଥିଲେ l କଂଗ୍ରେସ ଦଳ ର ନେତୃମଣ୍ଡଳୀ ଓ କର୍ମୀ, ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏପରି କାର୍ଯ୍ୟ କୁ କଡା ନିନ୍ଦା କରିବା ସହ ଗଣତନ୍ତ୍ର ଶାସନ ରେ ଏହା ଶୁଭଙ୍କର ନୁହଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଦେଶ ବ୍ୟାପୀ ଏହାକୁ ଘୋର ବିରୋଧ କରିବା ସହ ଆଗକୁ ମୋଦୀଜୀଙ୍କର ଏଭଳି କାର୍ଯ୍ୟ କୁ ସବୁ ସ୍ତରରେ ନିନ୍ଦା କରିବା ସହ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ l ଏହି ପ୍ରତିବାଦ ସଭା ରେ ବ୍ଲକ ସଭାପତି ବିଭୂଭୂଷଣ ରାଉତଙ୍କ ସମେତ ମହେନ୍ଦ୍ର କୁମାର ରାଉତ, ମଧୁସୂଦନ ସାହୁ, ସୁକୁମାର ଦେଓ, କୃପାସିନ୍ଧୁ ସାମନ୍ତରାୟ, ଦୟାନିଧି ପଲାଇ,ବିବେକାନନ୍ଦ ମହାନ୍ତି, ଦୈତାରୀ ମଲ୍ଲିକ, ବିରଞ୍ଚି ପାତ୍ର,ଏସ. କେ. ବଦ୍ରିଉଦ୍ଧନି, ବାଙ୍କ ବିହାରୀ ଜେନା, ହେମନ୍ତ ପେରାଇ,ଶରତ ଜେନା, ପର୍ଶୁରାମ ପେରାଇ,ବୀରକିଶୋର ସାହୁ, ନିଲୁଆ ଦେଓ, ଖଗେଶ୍ୱର ମଲ୍ଲିକ,ଚନ୍ଦ୍ରମଣି ଜେନା, ପ୍ରଫୁଲ୍ଲ ସାହୁ,କଳ୍ପତରୁ ଧଳ ସହ ଶତାଧିକ କର୍ମୀ ଏହି ସଂକଳ୍ପ ସତ୍ୟା

ଆଦିବାସୀଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ l

Image
(ବହୁ ଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା)  ଯାଜପୁର (କଳିଙ୍ଗନଗର) :- ସରକାରୀ ସ୍ତରରେ ଦଳିତ ଓ ଆଦିବାସୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସହଯୋଗ କାରଣରୁ ଏହି ଜନଜାତି ଓ ଅନୁସୂଚିତ ଜାତି ଧୀରେ ଧୀରେ ଆଖି ଖୋଲି ଆଗକୁ ବଢିବା ସହ ସାମ୍ବିଧାନିକ ଅଧିକାର କୁ ନେଇ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିବାକୁ ବିଭିନ୍ନ ସଙ୍ଘଗଠନ ହାତ ମିଳାଇ ସାରିଲାଣି l ଏହି ପରିଭାଷା କୁ ଅନୁସରଣ କରି ଚଳିତ ମାସ ୨୭ ତାରିଖରେ ଆମ୍ବଗଡ଼ିଆ ଡୁବୁରି ଠାରେ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଯାଜପୁର ଜିଲ୍ଲା ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ରାଜ୍ୟ ସଭାପତି ମୂଳ ନିବାସୀ ୟୁନାଇଟେଡ଼ ଫୋରମ, ଗୌତ୍ତମ ଗୋପାଳ ରାଜ୍ୟ ଉପାଧ୍ୟକ୍ଷ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ଅଶୋକ କୁମାର ନାୟକ - ଉପସାଧାରଣ ସମ୍ପାଦକ ମୂଳ ନିବାସୀ ୟୁନାଇଟେଡ଼ ଫୋରମ ଓଡିଶା, ସୁଜାତା ନାୟକ -ସାଧାରଣ ସମ୍ପାଦିକା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ, ଅଞ୍ଜଳି ସ୍ୱାଇଁ - ଉପାଧ୍ୟଷା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ ଓଡିଶା, ଆର୍ତ୍ତତ୍ରାଣ ମଲିକ - ସଭାପତି - ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା,ଵାପିଜେନା ସମ୍ପାଦକ ମୂଳନିବାସୀ ୟୁନାଇଟେଡ଼ ଫୋରମ ଯଜପୁର ଜିଲ୍ଲା, ଶ୍ରୀଧର ଜେନା - ଉପସଭାପତି ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା, ବସନ୍ତ ମ