ଆଦିବାସୀଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ l

(ବହୁ ଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା) 
ଯାଜପୁର (କଳିଙ୍ଗନଗର) :- ସରକାରୀ ସ୍ତରରେ ଦଳିତ ଓ ଆଦିବାସୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସହଯୋଗ କାରଣରୁ ଏହି ଜନଜାତି ଓ ଅନୁସୂଚିତ ଜାତି ଧୀରେ ଧୀରେ ଆଖି ଖୋଲି ଆଗକୁ ବଢିବା ସହ ସାମ୍ବିଧାନିକ ଅଧିକାର କୁ ନେଇ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିବାକୁ ବିଭିନ୍ନ ସଙ୍ଘଗଠନ ହାତ ମିଳାଇ ସାରିଲାଣି l ଏହି ପରିଭାଷା କୁ ଅନୁସରଣ କରି ଚଳିତ ମାସ ୨୭ ତାରିଖରେ ଆମ୍ବଗଡ଼ିଆ ଡୁବୁରି ଠାରେ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଯାଜପୁର ଜିଲ୍ଲା ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ରାଜ୍ୟ ସଭାପତି ମୂଳ ନିବାସୀ ୟୁନାଇଟେଡ଼ ଫୋରମ, ଗୌତ୍ତମ ଗୋପାଳ ରାଜ୍ୟ ଉପାଧ୍ୟକ୍ଷ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ଅଶୋକ କୁମାର ନାୟକ - ଉପସାଧାରଣ ସମ୍ପାଦକ ମୂଳ ନିବାସୀ ୟୁନାଇଟେଡ଼ ଫୋରମ ଓଡିଶା, ସୁଜାତା ନାୟକ -ସାଧାରଣ ସମ୍ପାଦିକା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ, ଅଞ୍ଜଳି ସ୍ୱାଇଁ - ଉପାଧ୍ୟଷା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ ଓଡିଶା, ଆର୍ତ୍ତତ୍ରାଣ ମଲିକ - ସଭାପତି - ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା,ଵାପିଜେନା ସମ୍ପାଦକ ମୂଳନିବାସୀ ୟୁନାଇଟେଡ଼ ଫୋରମ ଯଜପୁର ଜିଲ୍ଲା, ଶ୍ରୀଧର ଜେନା - ଉପସଭାପତି ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା, ବସନ୍ତ ମଲିକ ମୂଳନୀବାସୀ ୟୁନାଇଟେଡ଼ ଫୋରମ ସାଂସ୍କୃତିକ ସଭାପତି ଯାଜପୁର ଜିଲ୍ଲା ଶାସ୍ତ୍ରୀ ବହାଦୁର ପ୍ରଧାନ - ପ୍ରଭାରୀ ୟୁନାଇଟେଡ଼ ଫୋରମ ଯଜପୁର ଜିଲ୍ଲା ଉପସ୍ଥିତ ରହି ଆଲୋଚନାରେ ଆାଦିବାସୀ ମାନଙ୍କୁ ସାମ୍ବିଧାନିକ ଅଧିକାର କିପରି ଭାବରେ ମିଳିପାରିବ ସେ ବିଷୟରେ ଅଧିକ ସୂଚନା ଦେଇଥିଲେ l ଆମ୍ବଗଡ଼ିଆ ଆଖ ପାଖ ଅଞ୍ଚଳରେ ଥିବା ବହୁ ଆଦିବାସୀ ମାନେ ଏହି ସଭାରେ ଉପସ୍ଥିତ ରହି ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !