ଦାନଗଦୀ କଂଗ୍ରେସର ସଂକଳ୍ପସତ୍ୟାଗ୍ରହ ଓ ପ୍ରତିବାଦ l

ଦାନଗଦୀ(ନି ପ୍ର) : - ଲୋକସଭା ରେ ସଭ୍ୟପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଙ୍କୁ ଯେଉଁ ଅଯୋଗ୍ୟ କରାଗଲା, ସାଙ୍ଗିଆ ଟିପଣୀ କୁ ନେଇ ଜେଲ ହେବା ଘଟଣା ରେ ଘୋର ନିନ୍ଦା କରିଛି କଂଗ୍ରେସ l ଏହି ପ୍ରତିବାଦ ରେ ଦାନଗଦୀ ବ୍ଲକ କଂଗ୍ରେସ ତରଫରୁ ଦାନଗଦୀ କାର୍ଯ୍ୟଳୟ ସମ୍ମୁଖରେ ଗାନ୍ଧିଜୀ ଙ୍କ ଫଟୋ ରଖି ମାଲ୍ୟପ୍ରଣ କରି ନୀରବ ସଂକଳ୍ପ ସତ୍ୟାଗ୍ରହ ପ୍ରତିବାଦ କରିଥିଲେ l କଂଗ୍ରେସ ଦଳ ର ନେତୃମଣ୍ଡଳୀ ଓ କର୍ମୀ, ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏପରି କାର୍ଯ୍ୟ କୁ କଡା ନିନ୍ଦା କରିବା ସହ ଗଣତନ୍ତ୍ର ଶାସନ ରେ ଏହା ଶୁଭଙ୍କର ନୁହଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଦେଶ ବ୍ୟାପୀ ଏହାକୁ ଘୋର ବିରୋଧ କରିବା ସହ ଆଗକୁ ମୋଦୀଜୀଙ୍କର ଏଭଳି କାର୍ଯ୍ୟ କୁ ସବୁ ସ୍ତରରେ ନିନ୍ଦା କରିବା ସହ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ l ଏହି ପ୍ରତିବାଦ ସଭା ରେ ବ୍ଲକ ସଭାପତି ବିଭୂଭୂଷଣ ରାଉତଙ୍କ ସମେତ ମହେନ୍ଦ୍ର କୁମାର ରାଉତ, ମଧୁସୂଦନ ସାହୁ, ସୁକୁମାର ଦେଓ, କୃପାସିନ୍ଧୁ ସାମନ୍ତରାୟ, ଦୟାନିଧି ପଲାଇ,ବିବେକାନନ୍ଦ ମହାନ୍ତି, ଦୈତାରୀ ମଲ୍ଲିକ, ବିରଞ୍ଚି ପାତ୍ର,ଏସ. କେ. ବଦ୍ରିଉଦ୍ଧନି, ବାଙ୍କ ବିହାରୀ ଜେନା, ହେମନ୍ତ ପେରାଇ,ଶରତ ଜେନା, ପର୍ଶୁରାମ ପେରାଇ,ବୀରକିଶୋର ସାହୁ, ନିଲୁଆ ଦେଓ, ଖଗେଶ୍ୱର ମଲ୍ଲିକ,ଚନ୍ଦ୍ରମଣି ଜେନା, ପ୍ରଫୁଲ୍ଲ ସାହୁ,କଳ୍ପତରୁ ଧଳ ସହ ଶତାଧିକ କର୍ମୀ ଏହି ସଂକଳ୍ପ ସତ୍ୟାଗ୍ରହ ରେ ଯୋଗଦାନ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !