ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବ ପାଳନ l
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବର ତୃତୀୟ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଏକାଧାରାରେ ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ। ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ହୀରାକୁଦ ବନ୍ଧ, ଭୁବନେଶ୍ବର ରାଜଧାନୀ, ରାଜଭବନ ନିର୍ମାଣ, ଓଡ଼ିଶା ସାହିତ୍ୟ ଏକାଡେମି ପ୍ରତିଷ୍ଠା, ରାଜ୍ୟ ସଂଗ୍ରହାଳୟ, ଲଳିତ କଳା ଏକାଡେମି, ରବୀନ୍ଦ୍ର ମଣ୍ଡପ, ଆକାଶ ବାଣୀ କଟକ, ହାଇକୋର୍ଟ ପ୍ରତିଷ୍ଠା, ବିଦ୍ଯାଧରପୁର ଧାନ ଗବେଷଣା କେନ୍ଦ୍ର ଇତ୍ୟାଦି ହେଉଛି ଡ଼ଃ ହରେକୃଷ୍ଣ ମହତାବଙ୍କ ଅବଦାନ। ଆମ ସରକାର ତାଙ୍କର ଅବଦାନର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋ...