Posts

Showing posts from December 7, 2024

ମୟୁରଭଞ୍ଜ ବାଙ୍ଗିରିପୋଷିରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ୬୪୦୦ କୋଟି ଟଙ୍କାର ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ l

Image
ମୟୁରଭଞ୍ଜ (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାବାସୀ ସମସ୍ତଙ୍କ ପାଇଁ ଏକ ପରମ ସୌଭାଗ୍ୟର ଦିନ, ଗୌରବର ଦିନ। ଓଡ଼ିଶା ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ। ଏଥିପାଇଁ ପ୍ରତ୍ୟେକ ଆଦିବାସୀ, ପ୍ରତ୍ୟେକ ମହିଳା ଓ ପ୍ରତ୍ୟେକ ଓଡ଼ିଆ ଗର୍ବିତ। ଆଜି ତାଙ୍କରି କରକମଳରେ ମୟୂରଭଞ୍ଜ ବାଙ୍ଗିରିପୋଷି ରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଏହି ପ୍ରକଳ୍ପ ଗୁଡ଼ିକ ହେଉଛି- ବାଦାମପାହାଡ- କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବୁରାମରା-ନୂଆ ଜାମସୋଳା ରେଳ ଲାଇନ। ଏହି ୩ଟି ରେଳ ଲାଇନ ସମୁଦାୟ ୧୮୪ କିଲୋମିଟରରୁ ଅଧିକ ଦୀର୍ଘ ହେବ ଏବଂ ଏଥିପାଇଁ ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ। ଏହି ୩ଟି ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଓ କେନ୍ଦୁଝର ପରି ଆଦିବାସୀ ଅଞ୍ଚଳ ଓ ଖଣି ଅଧ୍ୟୁଷିତ ଅଞ୍ଜଳରେ ବିକାଶର ନୂଆ ସ୍ରୋତ ଆସିବ। ରେଳ ଯୋଗାଯୋଗ ଏହି ଦୁଇଟି ଜିଲ୍ଲାର ଅର୍ଥନୀତିର ଉନ୍ନତି ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ପରିବହନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ବାଣିଜ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିବ। ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କଚ୍ଛପ ଗତିରେ ଚାଲୁଥିବା ପ୍ରକଳ୍ପ ସବୁକୁ ଗତି ମିଳିଲା ଏବଂ ନୂଆ ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଗଲ...