ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦାନଗଦୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ l

ଯାଜପୁର(କଳିଙ୍ଗନଗର): - ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ମହାମାରୀ କରୋନା ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦାନଗଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସେଠାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତାମାନେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରି ଦରଦାମ ନିୟନ୍ତ୍ରଣରେ ଉଭୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ l ବ୍ଲକ କଂଗ୍ରେସ କମିଟି ସଭାପତି ବିଭୁ ଭୂଷଣ ରାଉତ ଓ ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟଙ୍କ ନେତୃତ୍ୱରେ ନାରାୟଣ ଚନ୍ଦ୍ର ଧୀର, ମଧୁସୂଦନ ସାହୁ, ମହେନ୍ଦ୍ର ଦାସ, ଦୟାନିଧି ପଲାଇ, ସୁରଜିତ ରାଉତ, ଉମାକାନ୍ତ ଯେନlମଣୀ, ସୁବାଷ ଚନ୍ଦ୍ର ବଳସାମନ୍ତ, ପ୍ରତିମା ସାହୁ, ରେଣୁବାଳା ଜେନା, କାନ୍ହୁ ଦାସ, ରମେଶ ଚନ୍ଦ୍ର ଧୀର,ରବି ଜାରିକା, ରଞ୍ଜନ ଧୀର, ଭବାନୀ ଦେଓ, ବୀର ସାହୁ, ଲିଟନ ଯେନାମଣୀ, ବlଙ୍କବିହାରୀ ଯେନା, ସମୀର ପାତ୍ର, ସୁମନ୍ତ ଯେନା, ରାଜେଶ ନlଟିଆ, ଅଜିତ ନାୟକ, କଳ୍ପତରୁ ଧଳ, ଡlବର ସାମାଡ଼, ଲମ୍ବୋଦର ମହାନ୍ତ, ନିଲୁ ଦେଓ, ପ୍ରଦୀପ ମଲ...