ସୁରେନ୍ଦ୍ର ଦାଶଙ୍କ ରଚିତ ଉପନ୍ୟାସ 'ସମ୍ପର୍କ'ଉନ୍ନ୍ମୋଚିତ I

ଯାଜପୁର (ସୁକିନ୍ଦା): - ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ସୁକିନ୍ଦା ସାହିତ୍ୟ ସମାଜର ଅନ୍ୟତମ ଉପଦେଷ୍ଟା ପଣ୍ଡିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ପଞ୍ଚମ ପୁସ୍ତକ ତଥା ପ୍ରଥମ ଉପନ୍ୟାସ 'ସମ୍ପର୍କ' ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ଠାରେ ଉନ୍ନ୍ମୋଚିତ ହୋଇଯାଇଛି l ଏହି ଉପଲକ୍ଷରେ ଆୟୋଜିତ ସମାରୋହରେ ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ କୁମାର ନାୟକ ଓ ଭାରତୀ ବିହାର ମହାବିଦ୍ୟାଳୟ, ହରିପୁରର ଅଧ୍ୟକ୍ଷ ଦୀନବନ୍ଧୁ ସେଠୀ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରି ଭିନ୍ନ ସ୍ୱାଦର ଏହି ଉପନ୍ୟାସଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ l ସାହିତ୍ୟ ସମାଜର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ପୁସ୍ତକର ପ୍ରକାଶକ ଡ. ମୋନିକା ଦାଶ, ଲେଖକଙ୍କ ମାତୁଳ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, କବୟିତ୍ରୀ ଲବଙ୍ଗ ଲତା ପରିଡା ଓ ପ୍ରଭାତୀ ରାଉତ ପ୍ରମୁଖ ଶ୍ରୀ ଦାଶଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଆଲୋକପାତ କରି ପୂର୍ବରୁ ତାଙ୍କ ରଚିତ ଖଣ୍ଡ କାବ୍ୟ, କବିତା ଗ୍ରନ୍ଥ 'ମାଟି ମା...