Posts

Showing posts from July 29, 2023

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ କଳିଙ୍ଗ ନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ ତମ ଜୟନ୍ତୀକୁ ହର୍ଷୋଲ୍ଲାସର ସହିତ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗ ନଗର କାରଖାନାରେ ଶନିବାର ପାଳନ କରାଯାଇଛି l ଆଜି ବ୍ରାହ୍ମଣୀପାଳ ହାଉସିଂ କମ୍ପ୍ଲେକ୍ସରୁ ଟାଟା ଷ୍ଟିଲ୍‌ କଳିଙ୍ଗନଗର ରନ୍‌-ଏ-ଅନ୍‌ର ସପ୍ତମ ସଂସ୍କରଣ ସହ ଡେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ ଉତ୍ସବ ଆରମ୍ଭ ହୋଇଥିଲା ଯେଉଁଥିରେ ୫ କିମି ଓ ୨ କିମି ଦୌଡ଼ ସାମିଲ ଥିଲା ଓ ସେଥିରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର, ନୀଳାଚଳ ଇସ୍ପାତ ନିଗମ, ସିଆଇଏସ୍ଏଫ, କଳିଙ୍ଗନଗର ଓ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ ପ୍ଲାଣ୍ଟ ର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ ଆରମ୍ଭ ହେବା ପୂର୍ବରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଟିଏସ୍‌ କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ମହାନ ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହିତ ପରିବେଶ ବିଭାଗ ପକ୍ଷରୁ କାରଖାନା ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ ଓ ଠିକା ଶ୍ରମିକମାନେ ୫୦୦ରୁ ଅଧିକ ଚାରାରୋପଣ କରିଥିଲେ । ଜୟନ୍ତୀ ଉତ୍ସବ ପାଳନର ଅଂଶ ସ୍ବରୂପ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳ

ଟାଟା ଷ୍ଟିଲ୍‌ ପକ୍ଷରୁ ଦିଶା ତାଲିମ ମାଧ୍ୟମରେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକାଳ ଗ୍ରାମ ପଂଚାୟତର ଖଣ୍ଡୁରାଇ କଲ୍ୟାଣ ମଣ୍ଡପରେ “ହିଂସାକୁ କୁହନ୍ତ ନାଁ’ ବିଷୟ ଉପରେ ଆୟୋଜିତ ଚାରିଦିନିଆ ଦିଶା ତାଲିମ କାର୍ଯ୍ୟକ୍ରମରେ ୧୮ ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ର ୬୦ ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଯଥା ଅଳ୍ପ ବୟସରେ ବିବାହ, ମଦ ଉଚ୍ଛେଦ, କମ୍ ବୟସରେ ଗର୍ଭଧାରଣ, ଘରୋଇ ହିଂସା, କର୍ମକ୍ଷେତ୍ରରେ ଉତ୍ପାଚନ, ଅପମାନର ଶିକାର, ବାଳିକାମାନେ ଅଧାରୁ ପାଠପଢ଼ା ଛାଡ଼ିବା ଏବଂ ମହିଳା ଚାଲାଣ ଆଦି ବିଷୟରେ ମହିଳାମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା । ଏହି ତାଲିମ କାର୍ଯ୍ୟକ୍ରମରେ ଲିଙ୍ଗଗତ ହିଂସାର ମୂଳ ବାରଣ ଓ ଲିଙ୍ଗଗତ ନିୟମରେ ଅନ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ନେଇ ସାରଗର୍ଭକ ଆଲୋଚନା କରିବା, ଏଥି ସହିତ ରୂପାନ୍ତରଣ ଆଣିବାର ମନୋବୃତି ଜରିଆରେ ସାମାଜିକ ନିୟମକୁ ବଦଳାଇବାରେ ମହିଳାମାନଙ୍କ ଭିତରେ ଥିବା ସମ୍ଭାବନାକୁ ସ୍ୱୀକୃତି ପ୍ରଦାନ କରିବା ଯାହା ଫଳରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଏବଂ ପିତୃତ୍ଵ ମାନସିକତାକୁ ସମ୍ପୂର୍ଣ୍ଣ ଦୂର କରିବା ଦିଗରେ କାର୍ଯ୍ୟ ହୋଇପାରିବ । ତାଲିମ କାର୍ଯ୍ୟକ୍ରମର ୨୫ତମ ବ୍ୟାଚ୍‌ରେ ରାସୋଳ, ଟାଙ୍ଗିରିଆପାଳ, ଦେଉଳକଣ , କିଆଝର ଓ ରାଧିକାଦେଇପୁର ଭଳି ପାଂଚ ଗ୍ରାମପ