ଟାଟା ଷ୍ଟିଲ୍‌ ପକ୍ଷରୁ ଦିଶା ତାଲିମ ମାଧ୍ୟମରେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ l

ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକାଳ ଗ୍ରାମ ପଂଚାୟତର
ଖଣ୍ଡୁରାଇ କଲ୍ୟାଣ ମଣ୍ଡପରେ “ହିଂସାକୁ କୁହନ୍ତ ନାଁ’ ବିଷୟ ଉପରେ ଆୟୋଜିତ ଚାରିଦିନିଆ ଦିଶା ତାଲିମ କାର୍ଯ୍ୟକ୍ରମରେ ୧୮ ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ର ୬୦ ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଯଥା ଅଳ୍ପ ବୟସରେ ବିବାହ, ମଦ ଉଚ୍ଛେଦ, କମ୍ ବୟସରେ ଗର୍ଭଧାରଣ, ଘରୋଇ
ହିଂସା, କର୍ମକ୍ଷେତ୍ରରେ ଉତ୍ପାଚନ, ଅପମାନର ଶିକାର, ବାଳିକାମାନେ ଅଧାରୁ ପାଠପଢ଼ା ଛାଡ଼ିବା ଏବଂ ମହିଳା ଚାଲାଣ ଆଦି ବିଷୟରେ
ମହିଳାମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ।
ଏହି ତାଲିମ କାର୍ଯ୍ୟକ୍ରମରେ ଲିଙ୍ଗଗତ ହିଂସାର ମୂଳ ବାରଣ ଓ ଲିଙ୍ଗଗତ ନିୟମରେ ଅନ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ନେଇ
ସାରଗର୍ଭକ ଆଲୋଚନା କରିବା, ଏଥି ସହିତ ରୂପାନ୍ତରଣ ଆଣିବାର ମନୋବୃତି ଜରିଆରେ ସାମାଜିକ ନିୟମକୁ ବଦଳାଇବାରେ ମହିଳାମାନଙ୍କ
ଭିତରେ ଥିବା ସମ୍ଭାବନାକୁ ସ୍ୱୀକୃତି ପ୍ରଦାନ କରିବା ଯାହା ଫଳରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଏବଂ ପିତୃତ୍ଵ ମାନସିକତାକୁ
ସମ୍ପୂର୍ଣ୍ଣ ଦୂର କରିବା ଦିଗରେ କାର୍ଯ୍ୟ ହୋଇପାରିବ ।
ତାଲିମ କାର୍ଯ୍ୟକ୍ରମର ୨୫ତମ ବ୍ୟାଚ୍‌ରେ ରାସୋଳ, ଟାଙ୍ଗିରିଆପାଳ, ଦେଉଳକଣ , କିଆଝର ଓ ରାଧିକାଦେଇପୁର ଭଳି ପାଂଚ ଗ୍ରାମପଂଚାୟତର ୧୮ ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌) ଅଂଶଗ୍ରହଣ କରିଥିଲେ ।
ଏକ ସକାରାତ୍ମକ, ସାମାଜିକ, ଅର୍ଥନୈତିକ ଓ ପରିବେଶ ପ୍ରଭାବ ପ୍ରତି ଯୋଗଦାନ ପ୍ରଦାନ କରିବା ନିମନ୍ତେ ମହିଳାମାନଙ୍କୁ ସକ୍ଷମ କରିବା
ପାଇଁ ୨୦୨୨ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ “ଦିଶା’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ଶୁଭାରମ୍ଭ ପରଠାରୁ ଏହି କାର୍ଯ୍ୟକ୍ରମ ଛଅଟିମଡ୍ୟୁଲ ଯଥା ନେତୃତ୍ବ ଓ ବିକାଶ, ସାମାଜିକ ଓ ଅର୍ଥନୈତିକ ନିରାପତା, ଡିଜିଟାଲ୍ ସାକ୍ଷରତା ସମେତ ପ୍ରଭାବୀ ଯୋଗାଯୋଗ, ହିଂସା, ଅଧିକାର,
ହକ୍ ଏବଂ ଅନ୍ୟାନ୍ୟ ସାମାଜିକ ସମସ୍ୟା ଉପରେ ସାକ୍ଷରତା ତାଲିମ, ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଓ ମହିଳା ସଶକ୍ତୀକରଣ ଏବଂ
ପାଂଚ ସରକାରୀ ଅନୁଷ୍ଠାନରେ ମହିଳାମାନଙ୍କ ଅବଦାନକୁ ବଢ଼ାଇବା ପାଇଁ ସେମାନଙ୍କୁ ଏକତ୍ରୀତ କରିବା ପାଇଁ ଉତ୍ସାହିତ କରିବା ଆଦି
ଜରିଆରେ ଏହି ଅଂଚଳର ମହିଳାଙ୍କ ପାଇଁ ସହାୟକ ହୋଇପାରିଛି ।
ଆସନ୍ତା ପାଂଚ ବର୍ଷରେ, ନେତୃତ୍ଵ ସମ୍ଭାବନା ସହ ଚିହ୍ନଟ ହୋଇଥିବା ସମସ୍ତ ସକ୍ରିୟ ମହିଳା ଏସ୍ଏଚ୍‌ଜି ସଦସ୍ୟଙ୍କୁ ସମାଜର ନିଷ୍ପତି ଗ୍ରହଣ
ପ୍ରକ୍ରିୟାରେ ଏକ ପ୍ରଭାବ ସ୍ଵରରେ ପରିଣତ କରିବାକୁ ଦିଶା ଲକ୍ଷ୍ୟ ରଖିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !