ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ l

ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ କଳିଙ୍ଗ ନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ ତମ ଜୟନ୍ତୀକୁ ହର୍ଷୋଲ୍ଲାସର ସହିତ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗ ନଗର କାରଖାନାରେ ଶନିବାର ପାଳନ କରାଯାଇଛି l ଆଜି ବ୍ରାହ୍ମଣୀପାଳ ହାଉସିଂ କମ୍ପ୍ଲେକ୍ସରୁ ଟାଟା ଷ୍ଟିଲ୍‌ କଳିଙ୍ଗନଗର ରନ୍‌-ଏ-ଅନ୍‌ର ସପ୍ତମ ସଂସ୍କରଣ ସହ ଡେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ ଉତ୍ସବ ଆରମ୍ଭ ହୋଇଥିଲା ଯେଉଁଥିରେ ୫ କିମି ଓ ୨ କିମି ଦୌଡ଼ ସାମିଲ ଥିଲା ଓ ସେଥିରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର, ନୀଳାଚଳ ଇସ୍ପାତ
ନିଗମ, ସିଆଇଏସ୍ଏଫ, କଳିଙ୍ଗନଗର ଓ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ ପ୍ଲାଣ୍ଟ ର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ
ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ ଆରମ୍ଭ ହେବା ପୂର୍ବରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଟିଏସ୍‌ କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ମହାନ ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏଥି ସହିତ ପରିବେଶ ବିଭାଗ ପକ୍ଷରୁ କାରଖାନା ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ
ଓ ଠିକା ଶ୍ରମିକମାନେ ୫୦୦ରୁ ଅଧିକ ଚାରାରୋପଣ କରିଥିଲେ ।
ଜୟନ୍ତୀ ଉତ୍ସବ ପାଳନର ଅଂଶ ସ୍ବରୂପ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଇଞ୍ଜିନିୟରିଂ ଓ
ପ୍ରୋଜେକ୍ଟ ଟିମ୍ ପକ୍ଷରୁ କାରଖାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ, ଭେଣ୍ଡର ପାର୍ଟନର
ଓ ଠିକା ଶ୍ରମିକମାନେ ସ୍ବେଚ୍ଛାକୃତ ଭାବେ ୧୧୦ ୟୁନିଟ୍ ରକ୍ତ ଦାନ କରିଥିଲେ । ଏଥି ସହିତ କଳିଙ୍ଗନଗରରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !