Posts

Showing posts from February 9, 2022

ସୁକିନ୍ଦା ବ୍ଲକରେ ନିର୍ବାଚନ ପ୍ରଚାର :ଅଧ୍ୟକ୍ଷ ଆସନ ଦଖଲପାଇଁ ଲଢେ଼ଇ ଜୋରଦାର l

Image
ଯାଜପୁର /ସୁକିନ୍ଦା:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରର ଉଷ୍ମତା ସେତିକି ଜୋରଦାର ହେଉଛି l ଏହି ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ପ୍ରଚାରର ମାହୋଲ ଦିନକୁ ଦିନ ସରଗରମ ହୋଇ ଉଠୁଛି l ଜିଲ୍ଲା ପରିଷଦର ଦଳୀୟ ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନେଇ କୋଭିଡ କଟକଣା ପାଳନକରି ଘରକୁ ଘର ବୁଲି ନିର୍ବାଚନ ବୈତରଣୀ ପାର ହେବାପାଇଁ ଗୁରୁଜନ ମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ମତଦାତା ମାନଙ୍କର ସମର୍ଥନ, ସହଯୋଗ କାମନା କରୁଛନ୍ତି l  ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜଦ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ (ବେବି) ଦାସ, ଖଣି ଅଞ୍ଚଳର ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର, ପ୍ରମୁଖ ବିଜଦର ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ନେତା ପ୍ରଦୀପ(ଟୁଟୁ)ବଳ ସାମନ୍ତ,ରବୀନ୍ଦ୍ର ପୁହାଣ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି l    ବ୍ଲକ ଅଧ୍ୟକ୍ଷ ପଦପାଇଁ ବିଜଦର ୩ଜଣ ଆଶାୟୀ ପ୍ରାର୍ଥୀ ଦିବ୍ୟରଞ୍ଜନ ବରାଳ, ମଙ୍ଗରାଜପୁର ପଞ୍ଚାୟତରୁ ପଦ୍ମାବତୀ ଜେନା ନିଜ ପଞ୍ଚାୟତ ସାରଙ୍ଗପୁରରୁ ଓ ଭାଗ୍ୟଲକ୍ଷ୍ମୀ ରାଉତ ନିଜ ପଞ୍ଚାୟତ ଡ଼ୁବୁରୀରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱ୍ୱିତା କରୁ