Posts

Showing posts from April 16, 2024

ଅନ୍ଧାରୁଆ ଗ୍ରାମରେ ପାଳିତ ହୋଇଯାଇଛି ଝାମୁଯାତ୍ରା l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :- ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆଜି ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସକାଳୁ ଗ୍ରାମ ଦେବତୀ ମା' ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥିଲା | ଏହାପରେ ଏକମାସ ଧରି ବ୍ରତ ପାଳନ କରିଆସୁଥିବା  ବ୍ରତଧାରୀମାନେ  ସାହି ପରିକ୍ରମାକରି ମଧ୍ୟହ୍ନରେ ଝାମୁ ଚାଲିଥିଲେ। ଦୀର୍ଘ କେତେ ଦଶନ୍ଧି ହେଲା ବୈଶାଖ ପଣସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରାା ଆୟୋଜିତ ହୋଇଆସୁଛି |  ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ | ଓଡ଼ିଆ ଲୋକ ସଂସ୍କୃତିଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେଉଛି | ଆଖପାଖ ଗ୍ରାମ ଗୁଡ଼ିକରୁ ସହ ସହ ସଂଖ୍ୟାରେ ଲୋକ ଏହି ଯାତ୍ରା ଏବଂ ଅଗ୍ନିରେ ଝାମୁଆମାନଙ୍କ ଚାଲିବା ଦୃଶ୍ୟ ଭକ୍ତି ଭାବନାସହ ଦେଖିଥିଲେ | ଭକ୍ତିମୟ ପରିବେଶ ଭିତରେ ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ ହୋଇଥିଲା |