Posts

Showing posts from March 28, 2021

ଧର୍ମଶାଳା ସୂଚନା ଅଧିକାର କର୍ମୀ ଙ୍କୁ ବୋମା ମାଡ l ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ସ୍ବଚ୍ଛ ଶାସନର ଆଉ ଏକ ନମୁନା, ସତ୍ୟାସତ ଯିଏ ପଦାକୁ ଆଣି ସର୍ବଜାନିନ କଲା ,ତାକୁ ମାରି ଦେଉଛନ୍ତି ନହେଲେ ମାରିବାକୁ ଉଦ୍ୟମ କରୁଛନ୍ତି ଯାହାର ନଗ୍ନ ନମୁନା।ଧର୍ମଶାଳାର ବରିଷ୍ଠ ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ଼ କରି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଛନ୍ତି I ସନ୍ଧ୍ୟା ସମୟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଦୁଇ ସହଯୋଗୀ ସୁଶାନ୍ତ କୁମାର ବେହେରା ଓ ବଳରାମ ଦାସଙ୍କ ସହିତ ନିଜ କାରରେ ଜାରକା ଫେରୁଥିବା ସମୟରେ କବାଟବନ୍ଧ ରାସ୍ତାର ଇମାମନଗର ଗାଁ ନିକଟରେ ତାଙ୍କ କାର ଉପରକୁ ବୋମାମାଡ଼ କରାଯାଇଛି I ଏଥିରେ ଶ୍ରୀ ବେହୁରାଙ୍କ ସମେତ ଦୁଇ ସହଯୋଗୀ ଙ୍କୁ ଆହତ ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି I ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ, ବରିଷ୍ଠ ବିଜେପି ନେତା ସୁଦୀପ୍ତ କୁମାର ପଣ୍ଡା, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଓଝା ପ୍ରମୁଖ ଧର୍ମଶାଳା ଥାନାଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି I Dharamsala information rights activist bombed l Cuttack is being treated at Cu