Posts

Showing posts from December 11, 2020

ସରକାରୀ ନିର୍ଦ୍ଦେଶକୁ ନେସକୋର ଫୁ : ସୁକିନ୍ଦାରେ ଦୈନିକ ତିନିଘଣ୍ଟା ବିଦ୍ୟୁତ କାଟ!

Image
ଯାଜପୁର (ସୁକିନ୍ଦା):- ବିତ୍ୟୁତ ବିତରଣକାରି ସଂସ୍ଥା ନେସକୋର ମନମାନୀ ଚରମ ସୀମାରେ ପହଞ୍ଚିଛି l ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ଓ ଉପଭୋକ୍ତାମାନଙ୍କୁ ଅବାରିତ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଘୋଷଣା ନେସକୋ କର୍ତ୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ l  ନେସକୋ କର୍ତ୍ତ୍ତୃପକ୍ଷ ଗତ ଅକ୍ଟୋବର ମାସଠାରୁ ମାସିକ ବିଦ୍ୟୁତ ଦେୟ ବୃଦ୍ଧି କରିଥିବାବେଳେ ସତକାରଙ୍କ ନିର୍ଦ୍ଦେଶକୁ ଫୁ କରି ଦୈନିକ ସକାଳେ ଖରାବେଳେ ଓ ସନ୍ଧ୍ୟାରେ ପର୍ଯ୍ୟାୟ କ୍ରମେ ଏକଘଣ୍ଟା କରି ତିନିଘଣ୍ଟା ବିଦ୍ୟୁତ କାଟ କରୁଛନ୍ତି l ଏ ସମ୍ପର୍କରେ ନେସକୋର ଡ଼ୁବୁରି ଉପଖଣ୍ଡ ଏସଡ଼ିଓ ଓ ସୁକିନ୍ଦା ସେକସନ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ନିକଟରେ ବହୁ ଗ୍ରହୀତା ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତକରି ବିଦ୍ୟୁତ ଯୋଗାଣରେ ସୁଧାର ଆଣିବାକୁ ପଦକ୍ଷେପ ନେଉନଥିବା ବହୁ ବିଦ୍ୟୁତ ଗ୍ରହୀତା ଅଭିଯୋଗ କରିଛନ୍ତି l  ଏହାକୁନେଇ ଶହ ଶହ ବିଦ୍ୟୁତ ଗ୍ରହୀତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି l ବିଦ୍ୟୁତ ନିୟlମକ ଆୟୋଗ ଓ ରାଜ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟୁତ କାଟ ନକରିବା ପାଇଁ ନେସକୋଜୁ ନିର୍ଦ୍ଦେଶ ଦେବାପାଇଁ ବିଦ୍ୟୁତ ଗ୍ରାହକ ମାନେ ଦାବି କରିଛନ୍ତି l