ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରନର-ଅପ୍ I ଆନ୍ଧ୍ରପ୍ରଦେଶ ଚମ୍ପିଆନ୍ l

ବ୍ୟୁରୋ ରିପୋର୍ଟ :- ବାଙ୍ଗାଲୁରୁରେ ୧୬/୨/୨୦୨୧ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ରନର୍ସ –ଅପ ରେ ସନ୍ତୁଷ୍ଟ ହେବାକୁ ପଡିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଓଡ଼ିଶା ଆନ୍ଧ୍ର ପ୍ରଦେଶକୁ ଭେଟିଥିଲା, ଆନ୍ଧ୍ର ପ୍ରଦେଶ ପ୍ରଥମେ ତସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୨୪୬/୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ- ଡି ଭେଙ୍କେଟେଶ୍ଵରା ୧୩୨, ଟି ଦୂର୍ଗା ୪୭, ଡି ତାଣ୍ଡବା ୨୨ ଓ ଅଜୟ ରେଡ୍ଡୀ ୧୦ ରନ କରିଥିଲେ। ବୋଲିଂରେ ଓଡ଼ିଶା ସେମିତିକିଛି କମାଲ କରିପାରିନଥିଲା। ଓଡ଼ିଶାକୁ ମହଙ୍ଗା ପଡ଼ିଲା ଅଧିନାୟକ ମହମଦ ଜାଫର ଇକବାଲଙ୍କ ଓଭର , ସେ ୪ ଓଭର ବୋଲିଂ କରି ୭୦ ରନ ଦେଇଥିଲେ। ଓଡ଼ିଶା ପକ୍ଷରୁ କେବଳ ତପନ କୁମାର ଗଉଡ ୧ ଟିଏ ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ଆନ୍ଧ୍ର ପ୍ରଦେଶର ଧୂଆଁଧାର ବ୍ୟାଟିଂ ଆଗରେ ଓଡ଼ିଶା ହାର୍ ମାନିଥିଲା l ଅପର ପକ୍ଷେ ୨୪୭ ରନର ବିଶାଳ ବିଜୟ ଲକ୍ଷକୁ ପିଛାକରୀ ଓଡ଼ିଶା କେବଳ ୧୬୬/୫ ରନ କରିବାରେ ସକ୍ଷମ ହୋଇପାରିଥିଲା। ଓଡ଼ିଶା ଦଳର ସୁଖରାମ ମାଝି ୫୨, ନାକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫, ସିଙ୍ଗରାୟ ମାଝି ୧୦, କାଳିଆ ପ୍ରଧାନ ୮, ଅଧିନାୟକ ଜାଫର ୨ ଓ ଲାଲ୍ ପ୍ରସାଦ ୦। ଆନ୍ଧ୍ର ପକ୍ଷରୁ- ଟି ଦୂର୍ଗା ରାଓ ୨ଟି ୱିକେଟ ନେଇଥିବାବେଳେ ଡି ଭେଙ୍କେଟେଶ୍ଵର , ...