ଆଗକୁ ପାଦ ଥାପୁଛି ଚାଷୀ ଆନ୍ଦୋଳନ, ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚର ମେଳିରୁ ମିଳୁଛି ସୂଚନା!

RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ ର ଆହୂାନରେ ନାରୀ ନେତ୍ରୀ ଶ୍ରୀମତୀ ସୂର୍ଣଲତା ବାନାରା ଙ୍କ ସଭାପତିତ୍ବରେ ଗୋବରଘାଟୀ ମୈାଜାର ହାତୀମୁଣ୍ଡା ଗ୍ରାମରେ ,ହାତୀମୁଣ୍ଡା, ମଶାଖୀଆ, ବେଲହୁଡି,ମିରିଗିଚରା ର ଶତାଧୀକ ଚାଷୀ ପରିବାର ମାନେ ବିଧିବଦ୍ଧ ଭାବରେ ଅପରାହ୍ନ ୫ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ହାତୀମୁଣ୍ଡା ଛକ ରେ ଏକତ୍ର ହୋଇ ଭୂମିମୁକ୍ତି କୂଷକ ମଞ୍ଚ ରେ ସାମିଲ ହୋଇ ଆଲୋଚନା ଆଲୋଚନା କରିଥିଲେ l ସରକାର ଙ୍କ ରାଜସ୍ୱ ବିଭାଗ ଉଦାସୀନତା ଯୋଗୁ ୯୮ ବର୍ଷ ଧରି ଅଂଚଳ ବାସୀ ସେମାନଙ୍କ ବାପ ଗୋସାପ ଅମଳ ର ଜଙ୍ଗଲ ସଫା କରି ଘରବାଡି ଓ ଚାଷଜମିକୁ ସରକାରୀ ଖାତା ରେ ଯୋଗକରି ନଥିବାରୁ ସମସ୍ତେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଶପଥ ନେଇଥିଲେ l ଗାଁଗାଁ ରେ ଜମି ସର୍ଭେ ନ କରି କେବଳ ବନ୍ଦୋବସ୍ତ କୋର୍ଟ କରିଦେଲେ କାହାରି ଜମି ର ପଟ୍ଟା ପାଇବା ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ ବୋଲି ସମସ୍ତେ ଏକ ସ୍ୱର ରେ ମତ ଦେଇଥିଲେ l କୂଷକ ମଞ୍ଚ ତରଫରୁ ଆଗାମୀ ଦିନରେ ମୈାଜାୱାରୀ ଜମି ମାଲିକ ମାନେ ନିଜନିଜ ର ଜମି ଘରଢିହ ର ସୂଚନା କୁ ଲିପିବଦ୍ଧ କରି କୋର୍ଟ ରେ ଦାଖଲ କରିବାର ନିଷ୍ପତି ନିଆଯାଇଥିଲା l ଜମି ବନ୍ଦୋବସ୍ତ ବିନା କାହାରିକୁ କୈାଣସୀ ମୂଲ୍ୟ ରେ କେହି ପ୍ରଜା ଜମି ହସ୍ତାନ୍ତର କରିବେନାହିଁ ବୋଲି ସମସ୍ତେ ମିଳିତ ଶପଥ ନେଇ ...