Posts

Showing posts from January 23, 2020

ଯାଜପୁର ରେ ବଣୁଆ ହାତୀ ର ଉତ୍ପାତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲା ରେ ପତିଆରା ବିସ୍ତାର କରି ଚାଲିଛି ବଣୁଆ ହାତୀ l ହାତୀ ଟି କେନ୍ଦୁଝର ବନକ୍ଷେତ୍ରର ଜଙ୍ଗଲ ରୁ ଆସି ଗତକାଲି ରାତିରେ ଯାଜପୁର - କେନ୍ଦୁଝର ସୀମାନ୍ତ ଅଞ୍ଚଳରେ ପହଁଚି ଥିଲା l ସେଠାରେ କିଛି କ୍ଷତି କରି ଲା ପରେ, ଜନସାଧାରଣ ଓ ଯାଜପୁର ରୋଡ଼ ରେଞ୍ଜର ମିଳିତ ଭାବେ ତଡିଦେଲେ l କିନ୍ତୁ ହାତୀ ତାର ଗତିପଥ ବଦଲାଇ ବ୍ରାହ୍ମଣୀ ନଦୀ କୂଳରେ କୂଳରେ ଯାଇ ସନ୍ଧ୍ୟାରେ କୋରେଇ ଥାନା ଅନ୍ତର୍ଗତ ଶଙ୍ଖଚିଲl- ଗୋଡ଼ି ପାଟଣା ଗ୍ରାମର ଇଶ୍ଵର ଚନ୍ଦ୍ର ଦାସ (୫୫) ଓ ଚିନ୍ତାମଣି ରାମ୍ (୬୦) କୁ ଦଳିଚକଟି ଦେଇଥିବା ବେଳେ ସେମାନଙ୍କ ର ମୃତ୍ଯୁ ଘଟିଛି l ସେହିଭଳି ରାଧା ପାଟଣା ଗ୍ରାମର ମନୋରଞ୍ଜନ ପରମାଣିକ (୩୧) ଓ ଗୁରୁସାହି ର ପବନା ଗୁରୁ (୫୫) ହାତୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l ଫରେଷ୍ଟ ବିଭାଗ  ସୂଚନା ପାଇ ହାତୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି l ଲୋକଙ୍କ ହୋ ହାଲ୍ଲା ପାଇଁ ହାତୀ ର ଉତ୍ପାତ ବଢ଼ିଯାଇଥିଲା ତେଣୁ ସେ ଭୟଙ୍କର ହୋଇ ଦୌଡୁଥିବା ଦେଖିବାକୁ ମିଳିଥିଲା ବୋଲି କେତେକ ଦେଖଣାହାରୀ ଙ୍କ ସୂତ୍ରରୁ ଜଣ ପଡିଛି l