Posts

Showing posts from September 10, 2024

ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଓ ଧର୍ମଶାଳା ରେ ବିଭିନ୍ନ କାର୍ଯ୍ୟକ୍ରମ l

Image
ନିୟନ୍ତ୍ରିତ ବଜାର କମିଟି ଯାଜପୁର ପକ୍ଷରୁ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଶୁଭ ଉଦଘାଟିତ l ଯାଜପୁର.ତା ୧୦.୦୯ :- ଆଜି ଯାଜପୁର ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଯାଜପୁର ସାଂସଦ ଡାଃ.ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଯାଜପୁର ବିଧୟିକା ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥୁ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମଣ୍ଡଳ ଉନ୍ନୟନ ଅଧିକାରୀ-ତଥା-ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି ଯାଜପୁର, ଶ୍ରୀ ସ୍ବାଗତ ଦାସ, ଡେପୁଟି କଲେକ୍ଟର(ରାଜସ୍ୱ) ଶାଶ୍ବତୀ ସଢୁୱାଲ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ । ଏହି ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଟି ୧୦.୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ୍ତ ହୋଇଅଛି । ଏଠାରେ ପନିପରିବା, ତେଜରାତି ସହିତ ମାଛ ଓ ମାଂସ ବିକ୍ରିର ସୁବିଧା ରହିଛି । ଏଥ‌ିରେ ୫୮ ଗୋଟି ଦୋକାନ ଘର, ୧୧ ଗୋଟି ପିଣ୍ଡି ୨୭ ଟି ଫିସ୍ କିସ୍କୋ, ଗୋଟିଏ ସୁଟର ହାଉସ ଏବଂ ଶୌଚାଳୟର ବ୍ୟବସ୍ଥା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସାମନା ରାସ୍ତାରେ ପୂର୍ବରୁ ଡେଲି ମାର୍କେଟ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିଲା । ନିୟନ୍ତ୍ରିତ ବଜାର କମିଟି ଉଦଘାଟନ ଫଳରେ ଏହି ସମସ୍