ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଓ ଧର୍ମଶାଳା ରେ ବିଭିନ୍ନ କାର୍ଯ୍ୟକ୍ରମ l

ନିୟନ୍ତ୍ରିତ ବଜାର କମିଟି ଯାଜପୁର ପକ୍ଷରୁ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଶୁଭ ଉଦଘାଟିତ l
ଯାଜପୁର.ତା ୧୦.୦୯ :- ଆଜି ଯାଜପୁର ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଯାଜପୁର ସାଂସଦ ଡାଃ.ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି
ଉଦଘାଟନୀ ଉତ୍ସବରେ ଯାଜପୁର ବିଧୟିକା ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥୁ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମଣ୍ଡଳ ଉନ୍ନୟନ ଅଧିକାରୀ-ତଥା-ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି ଯାଜପୁର, ଶ୍ରୀ ସ୍ବାଗତ ଦାସ, ଡେପୁଟି କଲେକ୍ଟର(ରାଜସ୍ୱ) ଶାଶ୍ବତୀ ସଢୁୱାଲ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ । ଏହି ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଟି ୧୦.୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ୍ତ
ହୋଇଅଛି । ଏଠାରେ ପନିପରିବା, ତେଜରାତି ସହିତ ମାଛ ଓ ମାଂସ ବିକ୍ରିର ସୁବିଧା ରହିଛି । ଏଥ‌ିରେ ୫୮ ଗୋଟି ଦୋକାନ ଘର, ୧୧ ଗୋଟି ପିଣ୍ଡି ୨୭ ଟି ଫିସ୍ କିସ୍କୋ, ଗୋଟିଏ ସୁଟର ହାଉସ ଏବଂ ଶୌଚାଳୟର ବ୍ୟବସ୍ଥା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସାମନା ରାସ୍ତାରେ ପୂର୍ବରୁ ଡେଲି ମାର୍କେଟ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିଲା । ନିୟନ୍ତ୍ରିତ ବଜାର କମିଟି ଉଦଘାଟନ ଫଳରେ ଏହି ସମସ୍ୟାର ସମାଧାନ ହୋଇପାରିଛି । ଯାଜପୁର : - ଧର୍ମଶାଳା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ,ଯାଜପୁରଙ୍କ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ଵେଷା ରେଡ୍ଡୀ ଯୋଗଦେଇ କହିଲେ ଯେ ରାଜ୍ୟ
ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥରେ ଜନସାଧାରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁଛନ୍ତି । ପ୍ରଶାସନ ଲୋକ ମାନଙ୍କ ନିକଟତର ହୋଇ ସେମାନଙ୍କର ବିଭିନ୍ନ
ଆପତ୍ତି ଅଭିଯୋଗ ଗୁଡ଼ିକର ଜନଶୁଣାଣୀ ଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ବରିତ ସେବା ଯୋଗାଇଦେବା
ଏବଂ ମହିଳା ମାନଙ୍କୁ ସଶକ୍ତି କରଣ କରିବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ବିଭାଗୀୟ ଅଧିକାରୀ
ମାନଙ୍କୁ ପଠାଯାଉଥ‌ିବା ଦରଖାସ୍ତ ଗୁଡ଼ିକୁ ସଂପୃକ୍ତ ଅଧିକାରୀ ମାନେ ବିଳମ୍ବ ନକରି ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ
କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେଭଳି ଗୋଟିଏ ଅଭିଯୋଗ ସମାଧାନ ରେ
ବିଳମ୍ବ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ  ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା
ପରିଷଦ ଯାଜପୁର ରଶ୍ମିରେଖା ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ , ବି.ଡି.ଓ. ଧର୍ମଶାଳା ଶ୍ରୀ ଦେବେନ୍ଦ୍ର ପ୍ରସାଦ
ବଳ, ତହଶିଲଦାର ଧର୍ମଶାଳା ଶ୍ରୀ ଶୁଭଙ୍କର ମହାନ୍ତି,ସହକାରୀ ଜିଲ୍ଲାପାଳ,ସାଧାରଣ ଓ ବିବିଧ ଶ୍ରୀମତୀ ନିବେଦିତା ପ୍ରଧାନ ମଞ୍ଚାସୀନ ଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୫୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ
ବ୍ୟକ୍ତିଗତ ୪୫ ଗୋଟି ଅଭିଯୋଗ, ସମୂହ ୦୬ ଗୋଟି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ
୬୭ ଗୋଟି ଅଭିଯୋଗ, ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ନିମନ୍ତେ ୩୨ ଗୋଟି ଅଭିଯୋଗ ଆସିଥିଲା । ୯୯ ଗୋଟି ବିଭିନ୍ନ
ଅଭିଯୋଗର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଜନଶୁଣାଣୀ ଶିବିରରେ ତତ୍କାଳ ସମାଧାନ କରିଥିଲେ। ଅନ୍ୟମାନଙ୍କ
ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ସମେତ
ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ଯୋଗାଣ ବିଭାଗର ଅଧିକାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିଲେ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !