ଗାଁ ର ଗୋଚର ଜମି ହଡ଼ପକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି l
କଳିଙ୍ଗନଗର : - ଗାଁ ର ରଖିତ କିଶମ ଗୋଚର ଜମିକୁ ବଳ ପୂର୍ବକ ହଡ଼ପ କରିବା ଏବଂ ଉକ୍ତ ଜମିରେ ଘର ନିର୍ମାଣ କରିବା ସହିତ ଜମିର ଚାରି ପାଖରେ ତାର ବାଡ଼ ଏବଂ ସିମେଣ୍ଟ ଖୁଣ୍ଟ ଦେଇ ନିଜ ଅକ୍ତିଆରରେ ରଖିବା ଘଟଣା କୁ ନେଇ ଏବେ ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ଜମିର ପୁନରୁଦ୍ଧାର ଏବଂ ହଡ଼ପ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅଭିଗୋଗ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଦାନଗଦି ବ୍ଲକ୍ ଅନ୍ତର୍ଗତ ନଛିପୂରା ପଞ୍ଚାୟତ ଖରଡାବନ୍ଦୀ ମୌଜାରେ, ଗୋବର୍ଦ୍ଧନ ପୁର ପଞ୍ଚାୟତ, ମାନପୁର ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ ଏବଂ ତାଙ୍କ ସ୍ତ୍ରୀ ଉର୍ବଶୀ ପୁହାଣ ଙ୍କ ନାମରେ ସ୍ଥାନୀୟ ଲୋକଙ୍କ ପାଖରୁ କିଛି ଜମି କିଣି ଏଠାରେ ଏକ ଫାର୍ମହାଉସ୍ ନିର୍ମାଣ କରି ଗାଁ ଲୋକଙ୍କୁ କର୍ମ ନିଯୁକ୍ତି ଦେବେ ବୋଲି କହିଥିଲେ l କର୍ମ ନିଯୁକ୍ତି ଲୋଭରେ ସ୍ଥାନୀୟ ଅଞ୍ଚଳର କିଛି ପଛୁଆ ବର୍ଗ ର ଲୋକ, ଶ୍ରୀ ପୁହାଣ ଙ୍କ କଥାରେ ରାଜି ହୋଇ ନିଜ ନିଜର ପୈତୃକ ଜମି ଶ୍ରୀ ପୁହାଣଙ୍କ ନାମରେ ରେଜିଷ୍ଟ୍ରି ଭୁକ୍ତ କରାଇ ଥିଲେ। ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ, ଫାର୍ମହାଉସ ନିର୍ମାଣ ତ ଦୂରର କଥା ବରଂ ଚତୁରତାର ସହିତ ଶ୍ରୀ ପୁହାଣ ଅର୍ଥ ବଳ ଏବଂ ବାହୁବଳ ପ୍ରହୋଗ କରି, ଏହି ଜମିକୁ ଲାଗି ଗାଁ ର ରଖିତ ( କିଶମ ) ଗୋଚର ଜମିକୁ ବେଆଇନ ଭାବେ...