ଗାଁ ର ଗୋଚର ଜମି ହଡ଼ପକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି l

 କଳିଙ୍ଗନଗର : - ଗାଁ ର ରଖିତ କିଶମ ଗୋଚର ଜମିକୁ ବଳ ପୂର୍ବକ ହଡ଼ପ କରିବା ଏବଂ ଉକ୍ତ ଜମିରେ ଘର ନିର୍ମାଣ କରିବା ସହିତ ଜମିର ଚାରି ପାଖରେ ତାର ବାଡ଼ ଏବଂ ସିମେଣ୍ଟ ଖୁଣ୍ଟ ଦେଇ ନିଜ ଅକ୍ତିଆରରେ ରଖିବା ଘଟଣା କୁ ନେଇ ଏବେ ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ଜମିର ପୁନରୁଦ୍ଧାର ଏବଂ ହଡ଼ପ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅଭିଗୋଗ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଦାନଗଦି ବ୍ଲକ୍ ଅନ୍ତର୍ଗତ ନଛିପୂରା ପଞ୍ଚାୟତ ଖରଡାବନ୍ଦୀ ମୌଜାରେ, ଗୋବର୍ଦ୍ଧନ ପୁର ପଞ୍ଚାୟତ, ମାନପୁର ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ ଏବଂ ତାଙ୍କ ସ୍ତ୍ରୀ ଉର୍ବଶୀ ପୁହାଣ ଙ୍କ ନାମରେ ସ୍ଥାନୀୟ ଲୋକଙ୍କ ପାଖରୁ କିଛି ଜମି କିଣି ଏଠାରେ ଏକ ଫାର୍ମହାଉସ୍ ନିର୍ମାଣ କରି ଗାଁ ଲୋକଙ୍କୁ କର୍ମ ନିଯୁକ୍ତି ଦେବେ ବୋଲି କହିଥିଲେ l କର୍ମ ନିଯୁକ୍ତି ଲୋଭରେ ସ୍ଥାନୀୟ ଅଞ୍ଚଳର କିଛି ପଛୁଆ ବର୍ଗ ର ଲୋକ, ଶ୍ରୀ ପୁହାଣ ଙ୍କ କଥାରେ ରାଜି ହୋଇ ନିଜ ନିଜର ପୈତୃକ ଜମି ଶ୍ରୀ ପୁହାଣଙ୍କ ନାମରେ ରେଜିଷ୍ଟ୍ରି ଭୁକ୍ତ କରାଇ ଥିଲେ। ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ, ଫାର୍ମହାଉସ ନିର୍ମାଣ ତ ଦୂରର କଥା ବରଂ ଚତୁରତାର ସହିତ ଶ୍ରୀ ପୁହାଣ ଅର୍ଥ ବଳ ଏବଂ ବାହୁବଳ ପ୍ରହୋଗ କରି, ଏହି ଜମିକୁ ଲାଗି ଗାଁ ର ରଖିତ ( କିଶମ ) ଗୋଚର ଜମିକୁ ବେଆଇନ ଭାବେ ନିଜ ଦଖଲକୁ ଆଣିବା ପାଇଁ ଉକ୍ତ ଜମିରେ ଘର ନିର୍ମାଣ ସହ ତାର ବାଡ଼ ଏବଂ ସିମେଣ୍ଟ ଖୁଣ୍ଟ ଜରିଆରେ ଆବଦ୍ଧ କରି ରଖିଛନ୍ତି।ଖରଡ଼ା ବନ୍ଦୀ ଗାଁ ଲୋକମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପ୍ରଫୁଲ୍ଲ ପୁହାଣ ଏବଂ ପତ୍ନୀ ଉର୍ବଶୀ ପୁହାଣ କିଣିଥିବା ଜମିକୁ ଲାଗି ଖାତା ନଂ -୧୯୯ ପ୍ଲଟ ୮୧୩ ରେ ଏ ୦-୬୯ ଡିସିମିଲ ଏବଂ ସେହି ଖାତା ପ୍ଲଟ ନମ୍ବର ୭୧୫ ରେ ଏ ୦-୨୮ ଡିସିମିଲ ରଖୀତ କିଶମ ଗୋଚର ଜମିକୁ ବଳ ପୂର୍ବକ ଆବଦ୍ଧ କରି ରଖିଛନ୍ତି। ଗାଁ ର ଲୋକମାନେ କବଜାକାରୀ ଙ୍କ ପାଖରୁ ଏହି ଜମିର ପୁନରୁଦ୍ଧାର ପାଇଁ ଚେଷ୍ଠା କରିଥିଲେ ମଧ୍ୟ, ଶ୍ରୀ ପୁହାଣ ଗାଁ ଲୋକଙ୍କ କଥାକୁ ଭୂକ୍ଷେପ କରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ନିଜର ଅର୍ଥ ଏବଂ ବାହୁ ବଳ ଦେଖାଇ ଗାଁ ଲୋକଙ୍କୁ ଭୟଭୀତ କରୁଛନ୍ତି ପ୍ରଫୁଲ୍ଲ । ଏପରିକି ଯେଉଁ ମାନେ ଏହି ଜମି ବିଷୟରେ ଅଭିଯୋଗ କରିବେ ଗୁଣ୍ଡା ଲଗାଇ ଜୀବନରୁ ମାରି ଦେବା ଭଳି ଧମକ ଦେଉଥିବା ଗ୍ରାମବାସୀ ମାନେ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।ଗ୍ରାମ ବାସୀଙ୍କ ପକ୍ଷରୁ ଦୀର୍ଘ ସ୍ୱାକ୍ଷର ସମ୍ବଳିତ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ,ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ,ଯାଜପୁର ଜିଲ୍ଲାପାଳ,ଦାନଗଦି ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ ସହ ହଡ଼ପ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଜମି ହଡ଼ପ କାରୀଙ୍କ ବିରୁଦ୍ଧରେ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗାଁ ର ପଙ୍କଜ କୁମାର ବାରିକ୍,କାଳନ୍ଦୀ ବାରିକ୍, ଶ୍ୟାସୁନ୍ଦର ବାରିକ୍,ପୂର୍ଣ୍ଣଚନ୍ଦ୍ର ସାହୁ,ଭୀମସେନ ମୁଦୁଲି,କୋଦଣ୍ଡଧର ମୁଦୁଲି,ୱାର୍ଡ ସଭ୍ୟା ରାଧାରାଣୀ ମୁଦୁଲି,ରାମଚନ୍ଦ୍ର ସାହୁ,ଗୋବର୍ଦ୍ଧନ ସାହୁ,ଗଙ୍ଗାଧର ମୁଦୁଲି,ରବୀନ୍ଦ୍ର କୁମାର ବାରିକ୍,ଦୀନବନ୍ଧୁ ସାହୁ, ନାରଣ ନାୟକ,ଚିତ୍ରସେନ ପଲେଇ,ଦଶରଥ ମୁଦୁଲି ଏବଂ ଗ୍ରାମବାସୀ ମନେ ଦାବି କରିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !