ସାଧାରଣ ଜନତାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ମାଛ ବେପାରୀ l ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡ଼ୁ..

(ବରଫ ଦିଆ,ପଚା ,ବିଷାକ୍ତ କେମିକାଲ ମିଶା ମାଛ ଦେଉଛନ୍ତି ଗ୍ରାହକଙ୍କୁ) 

ଯାଜପୁର(ବ୍ୟୁରୋ): - ଯାଜପୁର ଜିଲ୍ଲାରେ ଦିନକୁ ଦିନ ମାଛ ବିକାଲିଙ୍କ ଠକାମୀ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ବର,କଟକ,ଯାଜପୁର ତଥା ଅନ୍ୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ପାଖା ପାଖି ରହୁଥିବା ବେଳେ, ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛ ମାନଙ୍କର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି । ମାଛ ବ୍ୟବସାୟୀ ମାନେ ବହୁ ଦିନ ପର୍ଯ୍ୟନ୍ତ ମାଛ ମାନଙ୍କୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ ( ଫାମୋଟିନ୍) ତଥା ବରଫ ର ସାହାରା ନେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ କଟକ,ଭୁବନେଶ୍ୱର ରୁ ପ୍ରସାରିତ ହେଉଥିବାବେଳେ
କୁହାଯାଉଛି କି ମାଛ ରେ ବ୍ୟବହୃତ ବିଷାକ୍ତ କେମିକାଲ ହିଁ ମୃତ ବ୍ୟକ୍ତି ମାନଙ୍କୁ ସଚେତ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।ଏବେ ଯାଜପୁର ଜିଲ୍ଲା ଯାଜପୁର ରୋଡ ପୌରପରିଷଦ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାଜପୁର ରୋଡ ବ୍ୟାସନଗର ଅଞ୍ଚଳରେ ୫ ରୁ ୬ ଟି ସ୍ଥାନରେ ମାଛ ବିକ୍ରୟ ହେଉଥିବା ବେଳେ ଏଭଳି କିଛି ଦୁଷ୍ଟ, ପଇସା ଖୋର ବିକାଳୀ କିଛି ଦିନ ହେବ ଧବଳଗିରି ଛକ ଆଉ ନାହକା ବାଇପାସ୍ ଛକରେ ବସି ବିକୁଥିବା ଦେଖିବାକୁ ମିଳିଛି।କିଛି ମାଛ ବିକାଳୀ ବରଫ ଦିଆ ମାଛକୁ ପାଣି ହାଣ୍ଡିରେ ରଖି ଦେଶୀ ମାଛ କହି ଠକୁଛନ୍ତି। ପଚା ମାଛକୁ ମଧ୍ୟ ସତେଜ ମାଛ କହି ମିଥ୍ୟା କଥୋପକଥନ କରି ବିକୁଛନ୍ତି। ଫଳରେ ଠକାମୀ ର ଶିକାର ହେଉଛନ୍ତି ସାଧାରଣ ଜନତା।ଏଭଳି ମାଛ ବିକାଳୀ ଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଥି ସହ ଧବଲଗିରୀ ଛକରେ ବସୁଥିବା ୬ ରୁ ୭ ଟି ମାଛ ବିକାଳୀ ଙ୍କ ମଧ୍ୟରୁ ବି କିଛି ଏଭଳି କାରନାମା କରୁଛନ୍ତି। ରାସ୍ତାର ଗୋଟିଏ ପାର୍ଶ୍ୱରେ ମାତା କାଳୀଙ୍କ ମନ୍ଦିର ଆଉ ଗୋଟିଏ ପାଖରେ ମା ତାରିଣୀଙ୍କ ପୀଠ ।ଏହି ମନ୍ଦିର ପାଖାପାଖି ମାଛ ବଜାର କେତେ ଦୁରୁ ଶୋଭା ପାଉଛି ତାହା ଆପଣମାନ ଙ୍କ ନିଷ୍ପତ୍ତି । ଆଖ ପାଖ ଲୋକଙ୍କ ସହ ଅନେକ ଭକ୍ତ ମଧ୍ୟ ଏହାକୁ ବିରୋଧ କରୁଛନ୍ତି।କାହିଁକି ନା ପଚା ଗନ୍ଧରେ ଆଖ ପାଖ ମହକୁଛି। ଆଖ ପାଖ ଦୋକାନୀ ମଧ୍ୟ ଏଠାକାର ମାଛ ବଜାର କୁ ସେହିଠାରୁ ସ୍ଥାନାନ୍ତରଣ କରିବା ପାଇଁ ଦାବୀ କରୁଛନ୍ତି। ପୌରାଞ୍ଚଳ ର ଅଧିକାରୀ ମଝିରେ ମଝିରେ ମାଛ ବିକାଳୀ ଙ୍କ ଉପରେ ନଜର ରଖିବା ଦରକାର।ମାଛ ବିକାଳୀ ଙ୍କ ଏଭଳି କାରନାମା, ଆବଶ୍ୟକତା ଠାରୁ ଅଧିକ ଦାମରେ ମାଛ ବିକ୍ରି ପ୍ରତି ମଧ୍ୟ ପ୍ରଶାସନ ଧ୍ୟାନ ଦେବା ଦରକାର।ପୌର ପରିଷଦ କମିଶନର ତୁରନ୍ତ ଉକ୍ତ ଘଟଣାକୁ ଅନୁସଂଧାନ କରି, ମାଛ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧବଳଗିରୀ ମା କାଳୀଙ୍କ ମନ୍ଦିର ପାଖରେ ରହିଥିବା ମାଛ ବଜାର କୁ ସ୍ଥାନାନ୍ତର କରାଯିବାକୁ ସାଧାରଣ ଲୋକେ ଦାବୀ କରିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !