ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି l
ଯାଜପୁର (କଳିଙ୍ଗନଗର) :- ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ ବିଟ୍ ଦି ପ୍ଲାଷ୍ଟିକ୍’ ବିଷୟବସ୍ତୁ ଅନୁସାରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍) ପକ୍ଷରୁ ସୋମବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ପରିବେଶ ଦିବସ ପାଳନ ଅଂଶ ସ୍ବରୂପ କାରଖାନା ପରିସରରେ ବିଭିନ୍ନ ସ୍ଥାନରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ବହୁସଂଖ୍ୟକ ବୃକ୍ଷରୋପଣ ବ୍ୟତୀତ ପରିବେଶ ଦୀର୍ଘସ୍ଥାୟିତ୍ଵ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ନିକଟସ୍ଥ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ୬୫୦ ଫଳ ଧାରଣକାରୀ ଚାରା ବଂଟନ କରାଯିବା ସହ କାରଖାନା ପରିସର ଓ ଆଖପାଖ ଅଂଚଳରେ ପ୍ଲାଷ୍ଟିକ୍ ସଫେଇର ଏକ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅବସରରେ କଳିଙ୍ଗନଗର ଟ୍ରେନିଂ ସଂଟର ପ୍ଲଟ-୨ରେ ଟିଏସ୍ର ଉପସଭାପତି (ଅପରେସନ୍) ରାଜୀବ କୁମାର ଏକ “ ହର୍ବାଲ୍ ଓ ମସଲା ଉଦ୍ୟାନ’କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟିଏସ୍କେର ମୁଖ୍ୟ (ମେକାନିକାଲ୍ ମେଟେନାନ୍ସ) ଶଙ୍କର ବିଶ୍ଵାସ, ମୁଖ୍ୟ (ଇଲେକ୍ଟ୍ରିକାଲ...